ସ୍ୱର୍ଗତ ଏଏସ୍ଆଇ ପ୍ରଭାକର ଗାଣ୍ଟାଙ୍କ ସ୍ମୃତି ଚାରଣ ସଭା
ବେଲଗୁଣ୍ଠା,୨୬/୦୯,ଗତ ପନ୍ଦର ତାରିଖରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାର କର୍ତ୍ତବ୍ୟରତ ଏଏସ୍ଆଇ ପ୍ରଭାକର ଗାଣ୍ଟାଙ୍କ ହୃଦ୍ ଘାତରେ ଅକାଳ ବିୟୋଗ ଘଟିଥିଲା I ଆଜି ସ୍ଵର୍ଗତ ଗାଣ୍ଟାଙ୍କ ଦ୍ୱାଦଶାହ ତିଥିରେ ଗାଙ୍ଗପୁର ଥାନା ପରିସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡଃ ଦୀପକ୍ କୁମାର ମିଶ୍ର ଯୋଗ ଦେଇ ସ୍ଵର୍ଗତ ଗାଣ୍ଟାଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ I କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନାର ସମସ୍ତ ପୋଲିସ୍ କର୍ମଚାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସ୍ଵର୍ଗତ ଗାଣ୍ଟାଙ୍କ କର୍ତ୍ତବ୍ୟ ନିଷ୍ଠା, ସହକର୍ମୀଙ୍କ ସହିତ ଅମାୟିକ ବ୍ୟବହାର, ଜନ ସାଧାରଣଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
