March 12, 2026

ଏମ୍/ଏସ ଅର୍ବାନ ଟେକ୍ସ୍ ଟାଇଲ୍ ର ଉଦଘାଟନ ଉତ୍ସବ    

IMG-20250926-WA0038
Share

  ତିର୍ତ୍ତୋଲ ::-ତା ୨୬/୯/୨୦୨୫ ତିର୍ତ୍ତୋଲ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ପ୍ରଦୀପ୍ତ କୁମାର ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ବୁଧବାର ପୂର୍ବାହ୍ନରେ, କଟକ ବାଲିକୁଦା ଗୋପାଳ ପୁର, ଆର୍. ଆଇ.ଅଫିସ ନିକଟରେ, ଏମ୍/ଏସ ଅର୍ବାନ ଟେସ୍କଟାଇଲ, ସୋରୁମ୍ ର ଉଦଘାଟନୀ ଉତ୍ସବ , ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, କହିଲେଯେ, ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ବିଭିନ୍ନ ପ୍ରକାରର କାରିଗରି କୌଶଳ ରେ ବୁଣା ଯାଇଥିବା ଶାଢ଼ୀ ଓ ପୋଷାକପତ୍ର ଆଦି ଉପଭୋକ୍ତା ମାନଙ୍କୁ ଯୋଗାଇ ଦେବା ର ପ୍ରୟାସ ଏହି ଅର୍ବାନ ଟେକ୍ସ ଟାଇଲ କରିଥିବାର ଦେଖିବାକୁ ମିଳିଥିଲା। ଦଶହରା ସାର୍ବଜନୀନ ଦୁର୍ଗା ପୂଜା ରେ ଏହା ଗ୍ରାହକ ମାନଙ୍କ ମହଲରେ ବେଶ ଆଦୃତ ହେବ। ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷl ସୁଜାତା ମହାନ୍ତି, କଟକ ସମବାୟ ସମିତି ର ନିର୍ଦ୍ଦେଶକ ଅଶ୍ୱିନୀ ଦାସ, ସମାଜସେବୀ ତପନ ମହାନ୍ତି, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ତିର୍ତ୍ତୋଲ ସମିତିସଭ୍ୟ ପ୍ରବୀର ରାୟ ପ୍ରମୁଖ ଯୋଗଦେଇ , ତିର୍ତ୍ତୋଲ ଅଞ୍ଚଳର ମହିଳା ଶିଳ୍ପୋଦ୍ୟୋଗୀ ତଥା ଅର୍ବାନ ଟେସ୍କ ଟାଇଲ୍ ର ପରିଚାଳନା ନିର୍ଦ୍ଦେଶିକା କୁସୁମ ସ୍ୱାଇଁ ଙ୍କର ଏହି ଅଭିନବ ପ୍ରୟାସ ର ଉଚ୍ଚପ୍ରଶଂସା କରିଥିଲେ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ମ୍ୟାନେଜର ସ୍ଵୟଂଦୀପ୍ତ ସ୍ୱାଇଁ, ସନ୍ଦିପ୍ତ ସ୍ଵାଇଁ ଙ୍କ ସମେତ ସମାଜସେବୀ ପ୍ରଦୀପ୍ତ ନାୟକ, ରଣଜିତ୍ ବାରିକ, ଦେବୀ ପ୍ରସାଦ ମଲ୍ଲିକ, ଶିଳ୍ପା ମଲ୍ଲିକ , ପ୍ରିୟଙ୍କା ସ୍ଵାଇଁ, ସନ୍ତୋଷ ସ୍ଵାଇଁ, ପପୁନି , ସନାତନ ମହାରଣା ଓ ପ୍ରିୟରଞ୍ଜନ ରାଉତରାୟ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର