ଗଜପତି:-ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
ଗଜପତି ଜିଲ୍ଲା ନୂଆଗଡ ସ୍ଥିତ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ଅଧ୍ୟକ୍ଷତା କରି ଉପସ୍ଥିତ ସଭାସଦଙ୍କୁ ପ୍ରବାସୀ ଶ୍ରମିକ’ଙ୍କ ଅଧିକାର , ସୁରକ୍ଷା ଓ ସୁବିଧା ସମେତ ସରକାରୀ ପ୍ରୟାସ ବିଷୟରେ ସଚେତନ କରାଇଥିଲେ।
ଏହି ଅବସରରେ ନୂଆଗଡ ବିଡ଼ିଓ: ଶ୍ରୀ ଲୋକନାଥ ଶବର , ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା ଓ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଅମିତ ନାୟକ ପ୍ରମୁଖ ମଞ୍ଚାସିନ ହୋଇ ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧିତ ବିଭିନ୍ନ ଯୋଜନା ଓ ବିଧିଗତ ସୁରକ୍ଷା ବିଷୟରେ ଜଣାଇଥିଲେ ।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————
