September 29, 2024

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ 

Share

 

 

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ବୈଠକ ଗୃହ ମଧ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନା ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଆର୍ଥିକ ବର୍ଷ 2023-24 ର ଅନୁଷ୍ଠିତ ହୋଇଥିଲା. ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ ଓ ଡି ଏସ ଏ ବାବୁଲା ବିଷୋୟୀ ମଂଚାସୀନ ହୋଇ ଥିବା ବେଳେ କାର୍ଯ୍ୟକ୍ରମ ରେ କାଶୀନଗର ପଞ୍ଚାୟତ ସମିତି ର ସରପଞ୍ଚ ଓ ସମିତି ସଭ୍ୟ ମାନେ ନାରେଗା ଯୋଜନା ର କାମ କାହିଁକି ଠିକ ଭାବେ ହୋଇପାରୁନାହିଁ ଏବଂ କାମ ହେଲା ପରେ ବିଲ କାହିଁକି ହେବାରେ ବିଳମ୍ବ ଏମିତି ବିଭିନ୍ନ ଅଭିଯୋଗ ମାନ ଆଣିଥିଲେ. ମୁଖ୍ୟତଃ ବୃକ୍ଷ ରୋପଣ ଓ ମୃତିକା ସଂଗ୍ରକ୍ଷଣ ଲାଇନ ଡିପାର୍ଟମେଣ୍ଟ କୁ ପ୍ରଶ୍ନ ମାନ ପଚାରି ଥିଲେ. କାର୍ଯ୍ୟକ୍ରମ ରେ ଡି ଏସ ଏ ନାରେଗା ଯୋଜନା ରେ ଆସୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପଞ୍ଚାୟତ ର ଗ୍ରାମ ସଭା ଦ୍ୱାରା ଅନୁମୋଦନ ପାଇବା ପରେ ହିଁ ହୋଇପାରିବ ବୋଲି କହିଥିଲେ. ସିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ ଓ ଖାରଡ଼ା ସରପଞ୍ଚ ଅଖିଳ କୁମାର ପାତ୍ର ଜନ ଅଭିଯୋଗ ଶୁଣାଣି ରେ ବହୁ ମାତ୍ରାରେ ଲୋକ ଆସି ନ ଥିବାରୁ ଏହି କାର୍ଯ୍ୟକ୍ରମ ଆସନ୍ତା ଥର ହେଲା ବେଳକୁ କିପରି ବ୍ୟାପକ ଭାବେ ପ୍ରଚାର କରି ଲୋକ ମାନେ ଆସିପାରିବେ ସେଥିପାଇଁ ଚେଷ୍ଟା କରନ୍ତୁ. ଯେଉଁ ଅଧିକାରୀ ମାନେ ଏହି କାଯ୍ୟକ୍ରମ ରେ ଅନୁପସ୍ଥିତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡି ଏସ ଓ କହିଥିଲେ. ଏହି କାର୍ଯ୍ୟକ୍ରମ ରେ ଜି ଆର ଏସ, ଲାଇନ ଡିପାର୍ଟମେଣ୍ଟ, ପି ଓ ଓ ସାଧାରଣ ଲୋକ ମାନେ ଉପସ୍ଥିତ ଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀ ଙ୍କ ରିପୋର୍ଟ