April 26, 2026

ଉମରକୋଟ ଠାରେ ଆଇସେକ୍ଟ ଓଡିଶା ଶାଖା ପକ୍ଷରୁ ମଡେଲ ଡିଗ୍ରୀ କଲେଜ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ କୌଶଳ ବିକାଶ ଯାତ୍ରା ଆୟୋଜିତ…….

IMG-20240926-WA0010
Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) କୌଶଳ ବିକାଶ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଗତ ୩୯ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଥିବା ସଂସ୍ଥା ଆଇସେକ୍ଟ ପକ୍ଷରୁ ମଡେଲ ଡିଗ୍ରୀ କଲେଜ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ କୌଶଳ ବିକାଶ ଯାତ୍ରା ଆୟୋଜିତ ହୋଇ ଯାଇଅଛି । ଆଇସେକ୍ଟ ପକ୍ଷରୁ ସାରା ଭାରତ ବର୍ଷର ୨୨ ଟି ରାଜ୍ୟରେ ୩୦୦ ରୁ ଉର୍ଦ୍ଧ ଜିଲ୍ଲାରେ ଚଳିତ ମାସ ୧୧ ତାରିଖରୁ ଆରମ୍ଭ କରି ଅକ୍ଟୋବର ୪ ତାରିଖ ରେ ଶେଷ ହେବାକୁ ଥିବା ଏହି ଯାତ୍ରାରେ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଶିକ୍ଷା ନୀତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଚୟନ ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଅଣ କୌଶଳୀ ପ୍ରକଳ୍ପ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ଆଜି ମଡେଲ ଡିଗ୍ରୀ କଲେଜ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଉମରକୋଟ ଠାରେ ପାଞ୍ଚ ସହ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ଏକ କୌଶଳ ବିକାଶ ଅଧିବେଶନର ଆୟୋଜନ କରା ଯାଇଥିଲା। କଲେଜ ଅଧ୍ୟକ୍ଷ। ନମିତା ମହାପାତ୍ର ଏବଂ ଆଇସେକ୍ଟ ଉମରକୋଟ ର ଅଧକ୍ଷ ସତ୍ୟରଞ୍ଜନ ଖୁଣ୍ଟିଆ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ମାନଙ୍କୁ କୌଶଳ ବିକାଶର ମହତ୍ୱ ବଖାଣିବା ସହ କମ୍ପାନୀର ଅନ୍ୟ ସେବା ବିଷୟରେ ଆଲୋକପାତ କରିଥିଲେ। ଆଇସେକ୍ଟ ପକ୍ଷ୍ୟରୁ ରାଜ୍ୟ ପ୍ରକଳ୍ପ ପରିଚାଳକ ଅରୁଣ କୁମାର ସାହୁ ଏବଂ ରାଜ୍ୟ ନିଯୁକ୍ତି ପରିଚାଳକ ବିଶ୍ୱରଂଜନ ବେହେରା ଓ ମାଇକ୍ରୋସଫ୍ଟ ପ୍ରକଳ୍ପର ଛାତ୍ର ସଂଗଠକ ଅଂଶୁମାନ ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରି ମାନଙ୍କୁ ବିଭିନ୍ନ ସେବା ବିଷୟରେ ଆଲୋକପାତ କରିବା ସହ ଉତ୍ସାହିତ କରିଥିଲେ।