ଆଜିଠୁ ରାଜ୍ୟରେ ଆମ ଶାସନ ବ୍ୟବସ୍ଥା ; ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ..

IMG-20250826-WA0045
Share

 

ରାଜ୍ୟରେ ଆମ ଶାସନ ବ୍ୟବସ୍ଥା । ପୂର୍ବ ’ମୋ-ସରକାର’ଙ୍କ ଢାଞ୍ଚାରେ ଚାଲିବ ପ୍ରଶାସନିକ କଳ, ହେଲେ ରହିବେନି କେହି ଅଧ୍ୟକ୍ଷ କିମ୍ବା ସଚିବ । ଲୋକଙ୍କ ମତାମତ ଆଧାରରେ ନିର୍ଦ୍ଧାରଣ ହେବ ନୀତି । ଅଭିଯୋଗ ପାଇଁ ଜାରି ହେଲା ହେଲ୍ପ ଲାଇନ ନମ୍ବର ।

 

ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ ସେନେଇ ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯିବ । ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠୁ ‘ଆମ ଶାସନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ବିଜେଡି ସରକାର ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ କାର୍ଯ୍ୟକାରୀ ହେବ । ହେଲେ ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି ରହିବେନି । ଯେଉଁ ଅଭିଯୋଗ, ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ । ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ । ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ ।

 

ସୂଚନା ଅନୁଯାୟୀ, ସରକାରଙ୍କ ତରଫରୁ ଲୋକଙ୍କ ପାଖକୁ ରେକର୍ଡ ହେଉଥିବା ଏକ କଲ୍‌ ଆସିବ ଆଉ ସେମାନଙ୍କୁ ଯୋଜନାର କାର୍ଯ୍ୟକାରିତା ଉପରେ ବିଭିନ୍ନ ପ୍ରଶ୍ନ ପଚରାଯିବ । ଏଥିସହ ଲୋକଙ୍କ ଠାରୁ ମତାମତ ସଂଗ୍ରହ ଏବଂ ଲୋକ ଫୋନ୍‌ କରି ମତାମତ ଓ ଅଭ‌ିଯୋଗ ଦେବା ପାଇଁ ଏକ ଉତ୍ସର୍ଗୀକୃତ କଲ୍‌ ସେଣ୍ଟର ରହିବ ।

 

ଆଜିଠୁ ‘ଆମ ଶାସନ’ ବ୍ୟବସ୍ଥା :

ଲୋକଙ୍କ ପାଖରେ ସେବା ଠିକ୍‌ରେ ପହଞ୍ଚୁଛି କି ନାହିଁ, ତଦାରଖ କରିବେ ସରକାର

ଥାନାଠୁ ଆରମ୍ଭ କରି ମଣ୍ଡି ସୁବିଧା, ସୁଭଦ୍ରାଠୁ ଭତ୍ତା ମିଳୁଛି କି ନାହିଁ ତଦାରଖ ହେବ

ସୁବିଧା ମିଳୁଛି କି ନାହିଁ, ଲୋକଙ୍କଠୁ ମତାମତ ନେବେ

ସେବା ଯୋଗାଇବାରେ ବିଫଳ ହେଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ପୂର୍ବ ସରକାରଙ୍କ ୫ଟି-ମୋ ସରକାର ଢାଞ୍ଚାରେ ବିଜେପି ସରକାରଙ୍କ ‘ଆମ ଶାସନ’

‘ଆମ ଶାସନ’ ବ୍ୟବସ୍ଥାରେ ରହିବେନି ଅଧ୍ୟକ୍ଷ କି ସଚିବ

ଅଭିଯୋଗ କିମ୍ବା ପ୍ରସ୍ତାବ ଆସିଲେ ସିଧା ଶୁଣିବେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ

‘ଆମ ଶାସନ’ରେ ଉପଲବ୍ଧ ହେବ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା

୫-ଟି ଭଳି ଲୋକଙ୍କୁ ଫୋନ କରି ସେବା ବାବଦରେ ଲୋକଙ୍କ ମତାମତ ନେବେ ସରକାର

ଲୋକଙ୍କ ପ୍ରସ୍ତାବକୁ ଆଧାର କରି ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯିବ

ମତାମତ ଓ ଅଭିଯୋଗ ପାଇଁ ୧୪୪୭୧ ଟୋଲ୍‌ ଫ୍ରି ନମ୍ବର

ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୯ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ

ହ୍ବାଟସ୍‌ଆପ୍‌, ଇ-ମେଲ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବି ଅଭିଯୋଗ କି ମତାମତ ରଖିପାରିବେ

You may have missed