April 30, 2026

ହସ୍ତତନ୍ତ ଶିଳ୍ପରେ ରେ ବଡ଼ତୁରାଙ୍ଗ ହେବ ସିଦ୍ଧହସ୍ତ ସମୃଦ୍ଧ ଗ୍ରାମ 

IMG-20250826-WA0018
Share

 

ସମ୍ବଲପୁର, ୨୬. ୦୮():ହସ୍ତତନ୍ତ ଶିଳ୍ପରେ ରେ ବଡ଼ତୁରାଙ୍ଗ ଗ୍ରାମ ରାଜ୍ୟ ଓ ଦେଶ ପାଇଁ ଆଣିବ ଏକ ନୁଆଁ ଇତିହାସ। ମହିଳା ମାନଙ୍କ ଯୋଗଦାନ ଫଳରେ ହସ୍ତତନ୍ତ ଶିଳ୍ପରେ ସିଦ୍ଧହସ୍ତ ଓ ସମୃଦ୍ଧ ଗ୍ରାମ ଭାବେ ବଡତୁରାଙ୍ଗ ଆଜି ଦିନରେ ଆତ୍ମନିର୍ଭରଶୀଳ ଓ ପ୍ରତ୍ୟେକ ମହିଳା ମାସିକ ୨୦ ରୁ ୨୫ ହଜାର ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଥିବା ନେଇ ଆନନ୍ଦ ପ୍ରକାଶ ପାଇଛି।

 

ଭାରତ ସରକାରଙ୍କ ଟେକ୍ସଟାଇଲ ଓ ବିକାଶ ଫାଉଣ୍ଡେସନ ମିଳିତ ଉଦ୍ୟମରେ ଆଜି ବଡତୁରାଙ୍ଗ ଗ୍ରାମରେ ବୁଣାକାର ତାଲିମ ଓ ହସ୍ତତନ୍ତ ସ୍ୱୟଂସିଦ୍ଧ କାର୍ଯ୍ୟକ୍ରମ ରେ ବିକାଶ ଫାଉଣ୍ଡେସନର ଅଧ୍ୟାକ୍ଷା ମୃଦଳା ଠାକୁର ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗଦେଇ ମହିଳା ଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ସମସ୍ତଙ୍କ ପ୍ରୟାସ ରହିଲେ ଏହି ଗାଁକୁ ରାଜ୍ୟ ଓ ଦେଶରେ ଏକ ଅଗ୍ରଣୀ ଗ୍ରାମରେ ପରିଣତ କରାଯାଇପାରିବ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀମତୀ ଠାକୁର ହିତାଧିକାରୀଙ୍କୁ ସୋଲାର ଲାଇଟ ଓ ପରିଚୟ ପତ୍ର ବଣ୍ଟନ କରିଥିଲେ।

 

ବାହାମର ପୂର୍ବତନ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଭାରତ ସରକାରଙ୍କ ଟେକ୍ସଟାଇଲ ଡେପୁଟି ଡାଇରେକ୍ଟର ବିକାଶ ବର୍ମା ଯୋଗଦେଇ ତାଲିମ ପାଇଁ ୧୫ ଲକ୍ଷ ଓ ହସ୍ତତନ୍ତ ଶିଳ୍ପକୁ ଆଗକୁ ନେବାକୁ ପୁଣି ୨୯ ଲକ୍ଷ ୫୪ ହଜାର ଟଙ୍କା ମଞ୍ଜୁରୀ ହୋଇଥିବା ସୂଚନା ଦେଇ ସମ୍ବଲପୁରୀ ଶାଢ଼ୀ ଓ କପଡା ତିଆରି କରିବାରେ ସମଗ୍ର ରାଜ୍ୟରେ ଗ୍ରାମର ଭୂମିକାକୁ ତାରିଫ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ସସ୍ମିତା ଦେହୁରୀ, ବିକାଶ ଫାଉଣ୍ଡେସନର ସଂଯୋଜକ ରବି ଦାଶ, ବରିଷ୍ଠ ବିଜେପି ନେତା ସୁଧୀର ବହିଦାର ଓ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଡ଼ତୁରାଙ୍ଗ ଗ୍ରାମର ଐତିହ୍ୟ ଓ ବିଶେଷତ୍ୱ ଉପରେ ଗୁରୁତ୍ୱ ଦେଇ ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ରାଜ୍ୟ ଓ ଦେଶ ପାଇଁ ଗାଁର ଯୋଗଦାନ ଏକ ଯୁଗାନ୍ତକାରୀ ଉଦାହରଣ ବୋଲି ବର୍ଣ୍ଣନା କରିଥିଲେ।ସଭା ପ୍ରାରମ୍ଭରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଏହି ଅବସରରେ ମା ସମଲେଶ୍ୱରୀ ବୁଣାକାର ସଙ୍ଘ କୁ ମୁଖ୍ୟଅତିଥି ଉଦଘାଟନ କରଥିଲେ।କାର୍ଯ୍ୟକ୍ରମକୁ ପୁଟୁ୍ରୁ ମେହର, ଦାମୋଦର ମେହେର ପ୍ରମୁଖ ପରିଚାଳନା କରିଥିଲେ।ପ୍ରାରମ୍ଭରେ ମୁଖ୍ୟଅତିଥି ଙ୍କୁ ସମ୍ବର୍ଦ୍ଦିତ କରାଯାଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସଭାମଞ୍ଚକୁ ଗ୍ରାମବାସୀ ପାଛୋଟି ନେଇଥିଲେ।