ଆଜିର ଖବର..
ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟ ସରକାରଙ୍କ ପକ୍ଷରୁ ସୁଶାସନ ପାଇଁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ ହେବ।
ରାଜ୍ୟରେ କେହି ରହିବେନି ଭୂମିହୀନ। ସରକାର ଘୋଷଣା କଲେ, ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର।
ଦୁର୍ଗା ପୂଜା ପାଇଁ ଆସିଲା ନିର୍ଦ୍ଦେଶନାମା। ରାସ୍ତା ଉପର ଦେଇ ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ ନିର୍ମାଣ ହେବନାହିଁ
ଅକ୍ଟୋବର ୧୨ରେ ହେବ ଓସିଏସ ୨୦୨୪, ପ୍ରିଲିମିନାରୀ ପରୀକ୍ଷା। ୨୦୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ରାଜ୍ୟରେ +୨ ପରୀକ୍ଷା ପାଇଁ ପରିଷଦର ପ୍ରସ୍ତୁତି, ଅଧ୍ୟାପକଙ୍କ ତଥ୍ୟ ଶିକ୍ଷାନୁଷ୍ଠାନକୁ ମଗାଗଲା।
ଓଡ଼ିଶାରେ ଆରମ୍ଭ ହେବ ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ସେବା।
ରାଜ୍ୟରେ ଗଡୁଥିବା ୧୦୮ ଆମ୍ବୁଲାନ୍ସ ଗାଡି ଗୁଡ଼ିକର ଅବସ୍ଥା ଖରାପ। ରୋଗୀଙ୍କ ପାଇଁ ବିପଦଜନକ ହୋଇପାରେ।
ରାଜଧାନୀର ୩୪୦ ମଣ୍ଡପରେ ଗଣେଶ ପୂଜା। ଶୈଳଶ୍ରୀ ବିହାରରେ ସୁଉଚ୍ଚ ମୂର୍ତ୍ତି, ଭବ୍ୟ ମଣ୍ଡପ ଓ ମେଳା
ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା। ବିପଦ ସଂକେତ ଉପରେ ବୈତରଣୀ, ସୁବର୍ଣ୍ଣରେଖା; ବଢୁଛି ବ୍ରାହ୍ମଣୀ ଓ ବଂଶଧାରା।
ରାଜସ୍ବ କର୍ମଚାରୀଙ୍କ ବିକ୍ଷୋଭ ଓ ଧାରଣା ଲାଗିରହିଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ବିଭାଗ।
ଜାତୀୟ ଶିକ୍ଷକ ସମ୍ମାନ ତାଲିକାରେ ଓଡ଼ିଶାର ଦୁଇ ଜଣ ଶିକ୍ଷକ, ମାଲକାନଗିରିର ବସନ୍ତ ରଣା ଓ କୋରାପୁଟ ଜିଲ୍ଲାର ତରୁଣ ଦାଶ।
ପାରାଦୀପ କୁଜଙ୍ଗ ଅଞ୍ଚଳରେ ଦୁଇଦିନ ଚଳେ ନିଖୋଜ ମହିଳାଙ୍କ ମୃତଦେହ ହଳଦିପାଣୀ ପୋଲ ନିକଟରୁ ଉଦ୍ଧାର
କଳାହାଣ୍ଡି ଲାଞ୍ଜିଗଡରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଅଧାବାଟରେ ମହିଳା ପ୍ରସବ କଲେ, ଛୁଆକୁ ଧରି ପୁଣି ଚାଲିଲେ।
ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ଗର୍ଭବତୀ ମହିଳାଙ୍କ ଭିଡିଓ ଭାଇରାଲ ମାମଲାରେ ଆଶାକର୍ମୀ ଓ ସ୍ବାମୀଙ୍କୁ ୧୦ବର୍ଷ ଜେଲ
ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ । ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବରଗଡ଼ ବିଜେପୁର ଏସଆଇ।
ବଲାଙ୍ଗୀରରେ ଚାଉଳ ବୋଝେଇ ଗାଡ଼ିରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଫେରାର ହେଲା ଡ୍ରାଇଭର।
କଟକରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଗ୍ୟାଙ୍ଗ୍ ସହିତ ହାତ ମିଳାଇଲେ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍ ଗ୍ୟାଙ୍ଗ ଓ ଅବଦୁଲ କାଦିର ଗ୍ୟାଙ୍ଗ
ନବରଙ୍ଗପୁର ଉମରକୋଟରେ ସାର ପାଉନଥିବା ଶତାଧିକ ଚାଷୀଙ୍କ ରାସ୍ତାରୋକ। ସାଧାରଣ ଲୋକେ ହନ୍ତସନ୍ତ
କୋରାପୁଟ ଦଶମନ୍ତପୁରରେ ବ୍ୟାପୁଛି ଅଜଣା ରୋଗ। ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ୮ ଆକ୍ରାନ୍ତ ଚିହ୍ନଟ
ପୁରୀରୁ ବିହାର ପାଟନା ପର୍ଯ୍ୟନ୍ତ ଚାଲିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍।
ଦାଦନ ରୋକିବାକୁ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ। ଦାଦନ କାହିଁକି ଯାଉଛନ୍ତି, ଅନ୍ୟ ରାଜ୍ୟକୁ ଯାଇ ପଚାରିବେ।
ଭଦ୍ରକ ଧାମରାରେ ଶିଳ୍ପ ପାର୍କ ପାଇଁ ଜମି ଅଧିଗ୍ରହଣ କରିଥିଲେ ପୂର୍ବ ସରକାର। ହସ୍ତାନ୍ତର କରୁନି ନୂଆ ସରକାର।
ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବରେ ଶୀର୍ଷରେ ରହିଲେ ଓଡ଼ିଶା, ମଧ୍ୟପ୍ରଦେଶ ଏବଂ କେରଳ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଅଟୋ ଚାଳକ ବାଡେଇଲା ପରେ ସୁରକ୍ଷା ବ୍ୟବସ୍ଥା ଏବେ ପୁଣି ଦିଲ୍ଲୀ ପୁଲିସକୁ ଦିଆଗଲା
ନିତି ଆୟୋଗ ଇଭି ସୂଚୀରେ ସପ୍ତମ ସ୍ଥାନରେ ଓଡ଼ିଶା। ଚାର୍ଜିଂ ଭିତ୍ତିଭୂମି ଓ ଇଭି ଗବେଷଣାରେ ପଛରେ ପଡ଼ିଛି
କେନ୍ଦ୍ର ସରକାର ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଅଂଶଧନ ବିକ୍ରି କରିବେ।
‘ଇ୨୦’ (୨୦% ଇଥାନଲ ମିଶିଥିବା ପେଟ୍ରୋଲ୍) ପକାଇଲେ ଗାଡ଼ିର ମାଇଲେଜ୍ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଉଛି।
ଗାଜା ଉପରେ ଇସ୍ରାଏଲର ଆକ୍ରମଣ,୫ ସାମ୍ବାଦିକଙ୍କ ସହ ୨୦ ମୃତ।
ଆଜି ବିଶ୍ୱ କୁକୁର ଦିବସ
ଆଜି ଜନ୍ମଦିନ: ମଦର ଟେରେସା, ମେନକା ଗାନ୍ଧୀ, ମଧୁର ଭଣ୍ଡାରକର, ପଲ୍ଲବୀ ଯୋଶୀ (ସିନେମା)
ଆଜି ତିରୋଧାନ: ଏକେ ହଙ୍ଗଲ
ଇତିହାସରେ ଆଜି: (୧୯୨୦) ଆମେରିକାରେ ମହିଳାଙ୍କୁ ଭୋଟ ଅଧିକାର/ (୧୩୦୩) ଖିଲିଜି ସେନାର ଚିତୋରଗଡ଼ ଦୁର୍ଗ ବିଜୟ/ (୧୯୧୪) ବ୍ରିଟିଶ ଅସ୍ତ୍ର ଜାହାଜକୁ ଲୁଟିଲେ ସ୍ୱାଧୀନତା ସଂଗ୍ରାମୀ
====================
*ବନ୍ଦେ ଉତ୍କଳ ଜନନୀ*
