କାଶୀନଗର ଅଞ୍ଚଳରେ କୃଷି ବିଭାଗ ତରଫରୁ ସର୍ବେକ୍ଷଣ କାର୍ଯ୍ୟକ୍ରମ ଚାଲୁ ରହିଛି
କାଶୀନଗର , ଚଳିତ ଖରିଫ୍ ଋତୁରେ ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲାରେ ଅଗଷ୍ଟ ମାସ 16 ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ 15 ତାରିଖ ପର୍ଯ୍ୟନ୍ତ ଚାଲୁ ରହି ଥିବା ବେଳେ କାଶୀନଗର ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି.
. ଡିଜିଟାଲ୍ ଫସଲ ସର୍ବେକ୍ଷଣ ଦ୍ୱାରା ଚାଷୀ ମାନେ ସଠିକ ମାର୍ଗଦର୍ଶନ ପାଇବା ସହିତ ବିଭିନ୍ନ କୃଷି ଯୋଜନା ବିଷୟରେ ଜାଣି ପାରିବେ. କୃଷି ଓ କୃଷକ ସାଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ସମୃଦ୍ଧ କୃଷକ ଓ ବିକଶିତ ଓଡିଶା ଦ୍ୱାରା ଆୟୋଜିତ ଏହି ସର୍ବେକ୍ଷଣ କାର୍ଯ୍ୟକ୍ରମରେ ପଞ୍ଜିକୃତ କରିବାକୁ ହେଲେ ନିଜ ନାମ, ଗ୍ରାମ, ଜମି ପଟା ଓ ଆଧାରକାର୍ଡ଼ର ସଠିକ ତଥ୍ୟ ପ୍ରଦାନ କରିବାକୁ ପଡିବ. ଏହି ସର୍ବେକ୍ଷଣ କାର୍ଯ୍ୟକ୍ରମ କାଶୀନଗର କୃଷି କାର୍ଯ୍ୟାଳୟ ତରଫରୁ ମଧ୍ୟ ବିଭିନ୍ନ ଗ୍ରାମ ବୁଲି ଚାଷ ଜମି ସର୍ବେକ୍ଷଣ କରାଯାଉଛି. ଚାଷୀ ମନଙ୍କୁ ମଧ୍ୟ ସର୍ବେକ୍ଷଣ ଦ୍ୱାରା କିପରି ଉପକୃତ ହେବେ ସେଥିପାଇଁ ସଭା ମାଧ୍ୟମରେ ବୁଝାଯାଉଛି.ସମଗ୍ର ଓଡ଼ିଶାରେ ଡିଜିଟାଲ୍ ଫସଲ ସର୍ବେକ୍ଷେଣ କାର୍ଯ୍ୟକ୍ରମ କୃଷକ ମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ସହ ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ହେଉଥିବା ଫସଲର ମଧ୍ୟ ସଠିକ ତଥ୍ୟ ପ୍ରଦାନ କରିବ. କାଶୀନଗର କୃଷି ବିଭାଗ ର ବିଭାଗୀୟ ଅଧିକାରୀ ଏ.ଏ.ଓ ସନ୍ଦୀପ ପାଣି, ଏ.ଓ ଶୋଭନ କୁମାର ଜେନା, ପ୍ରକାଶ ନାୟକ ଓ ଉପେନ୍ଦ୍ର ମଣ୍ଡଳ କାଶୀନଗର ଠାରେ ଥିବା ବିଭିନ୍ନ ଅଂଚଳ ବୁଲି ସର୍ବେକ୍ଷଣ କରୁଥିବା ନଜରକୁ ଆସିଛି.
ଗଜପତି ଜିଲ୍ଲା କାଶୀନଗର ରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ