ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଅନୁଯାୟୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋପରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଗୋପ :- ଆଜି ଏହି ଜ୍ଞାନ ବିଜ୍ଞାନ ମେଳାର ଉଦଘାଟନ ଉତ୍ସବରେ ନିଗୋମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନନୀୟ ସୁବାସ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ବିଦ୍ୟାଳୟର ସଂପାଦକ ମାନନୀୟ ଶ୍ରୀଯୁକ୍ତ ସତ୍ୟନାରାୟଣ ସେନାପତି ଓ ବିଦ୍ୟାଳୟର କୋଷାଧ୍ୟକ୍ଷ ମାନନୀୟ ଶ୍ରୀଯୁକ୍ତ ରଶ୍ମି ରଂଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ତୋଫାନ ଦଳାଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଚାରକ ଭାବେ ନାଗପୁର ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାନନୀୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର କର ଓ ନିଗୋମାନନ୍ଦ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାନନୀୟ ଶ୍ରୀଯୁକ୍ତ ରବିନାରାୟଣ ମିଶ୍ର ବିଚାରକ ରୂପେ ଯୋଗ ଦେଇଥିଲେ l ଏହି ଜ୍ଞାନ ବିଜ୍ଞାନ ମେଳାରେ ଶିଶୁ ବର୍ଗ ଓ ବାଲ୍ ବର୍ଗର ଶିଶୁ ଭାଇ ଭଉଣୀମାନେ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରୟୋଗ, ଗଣିତ ପ୍ରକଳ୍ପ, ବିଜ୍ଞାନ ପ୍ରୟୋଗ,ମୂର୍ତ୍ତି କଳା, କଥା କଥନ, ପତ୍ରବାଚନ ଓ ନିବନ୍ଧ ପ୍ରତିଯୋଗିତାରେ ମୋଟ ୨୦୬ ଜଣ ଶିଶୁ ଭାଇ ଭଉଣୀ ଭାଗନେଇଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳାରେ ୮୭ ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଉଦଯାପନ ଉତ୍ସବରେ ଗୋପ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ମାନନୀୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ତଦ୍ ସହିତ ବିଦ୍ୟାଳୟର ମାତୃଭାରତୀ ମାଆମାନେ ମଧ୍ୟ ଶିଶୁ ଭାଇ ଭଉଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟା ସୁଶ୍ରୀ ତୃପ୍ତିମୟୀ ସାହୁ ଜ୍ଞାନ ବିଜ୍ଞାନ ମେଳାକୁ ସୁଚାରୁ ରୂପେ ସଂପାଦନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ସୁଜାତା ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ/ ଆଚାର୍ଯ୍ୟାମାନଙ୍କ ସହଯୋଗରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାଟି ସଫଳ ହୋଇଥିଲା । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ବବିତା ପ୍ରଧାନ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ଅଭିଭାବକ ଓ ଅଭିଭାବିକା ବନ୍ଧୁ ଭଗିନୀମାନେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
