July 28, 2026

ବାଣପୁରରୁ ୨୧ ଗ୍ରାମ ବ୍ରାଉନ ସୁଗାର ଜବତ; ଦୁଇ ଅଭିଯୁକ୍ତ ଗିରଫ

IMG-20260728-WA0024
Share

 

 

 

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ ବେଆଇନ ବ୍ରାଉନ ସୁଗାର କାରବାର ବିରୋଧରେ ପୋଲିସ ଚଢ଼ାଉ କରି ୨୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ପୋଲିସ ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କ ନିକଟରୁ ୨୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଗିରଫ ଦୁଇ ଜଣଙ୍କୁ ଅଦାଲତରେ ହାଜର କରାଯାଇଥିବା ବେଳେ ଏହି ବେଆଇନ କାରବାର ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ସ୍ଥାନୀୟ ଅଞ୍ଚଳରେ ବେଆଇନ ନିଶା କାରବାରକୁ ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି।