ଉମରକୋଟ ଠାରେ ୩୫ତମ ବାର୍ଷିକ ଉତ୍ସବ ପାଳନ………
ଉମରକୋଟ-:(ଏମ୍.ଦୀନା°ଶୁ ଆଚାରୀ) ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠାନର ୩୫ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପ-ସଭାପତି ଶ୍ରୀ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ନବରଙ୍ଗପୁର ସେବା କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ ନମିତା ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ମାନବ ଜୀବନରେ ଶାନ୍ତି ପ୍ରାପ୍ତିର ସୂତ୍ର ଧ୍ୟାନ ଓ ଯୋଗ ବୋଲି ବକ୍ତବ୍ୟ ରଖିଥିଲେ । ନବରଙ୍ଗପୁର ସେବା କେନ୍ଦ୍ରର ବ୍ରହ୍ମାକୁମାର କପିଳ ଭାଇ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାର ଅଭିଜିତ ଓ ବ୍ରହ୍ମାକୁମାରୀ ଗୀତା ଅନୁଷ୍ଠାନଦ୍ବାରା ନିଶାମୁକ୍ତ ଅଭିଯାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉମରକୋଟ ସେବା କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ ମନ୍ଦାକିନୀ କାର୍ଯ୍ୟକ୍ରମକୁ ସ୍ୱାଗତ ସମ୍ଭାଷଣ କରିଥିବା ବେଳେ ବ୍ରହ୍ମାକୁମାର ଚିତ୍ତରଞ୍ଜନ ଭାଇ ବାର୍ଷିକ ବିବରଣୀ ପାଠ କଲେ । ସମ୍ମାନିତ ଅତିଥିଭାବେ ପ୍ରଫୁଲ୍ଲ କୁମାର ରାଉତ, ରାମ ଚନ୍ଦ୍ର ରାମ, ବିକେ ରଜନୀ, ବିକେ ଉର୍ମିଳା , ବିକେ ସ୍ୱାତୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଜ୍ଞାନ ଓ ଯୋଗର ମାନବ ଜୀବନରେ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ ।
ଉମରକୋଟ ଉପ-ସେବାକେନ୍ଦ୍ରର ଶତାଧିକ ଶ୍ରଦ୍ଧାଳୁଙ୍କ ସହ ଡାବୁଗାଁ, ଝରିଗାଁ, ରାଇଘର, ଚନ୍ଦାହାଣ୍ଡି ଉପ-ସେବା କେନ୍ଦ୍ରର ବହୁ ବ୍ରହ୍ମାକୁମାର କୁମାରୀମାନେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକର ଆୟୋଜନ ବିକେ ଈଶ୍ବର, ବିକେ ଲକ୍ଷ୍ମୀ , ବିକେ ବିଦ୍ୟାଧର, ବିକେ ଯୋଗେନ୍ଦ୍ର, ବିକେ ବିରଞ୍ଚି, ବିକେ ସନ୍ତୋଷ,ବିକେ ନିକୁଞ୍ଜ, ବିକେ ଉମେଶ ଭାଇ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବଳ ପ୍ରମୁଖ ସହଯୋଗ କରିଥିଲେ ।
