July 28, 2026

ବେତନଟୀ ଡାକ୍ତରଖାନାର ସ୍ୱାସ୍ଥ୍ୟ ସେବାକୁ ନେଇ ଉଠିଲା ପ୍ରଶ୍ନ, ସରଜମିନ୍ ତଦନ୍ତ ଦାବି।

IMG-20260728-WA0028
Share

 

 

ମୟୂରଭଞ୍ଜ ( ଦେବାଶିଷ ଦାଶ )

 

 

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରରେ ୮ଟି ପୁରସ୍କାର ପାଇଛି। କିନ୍ତୁ ଏହାରି ମଧ୍ୟରେ ଡାକ୍ତରଖାନାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଉଠିଛି ଏକାଧିକ ଅଭିଯୋଗ . ରୋଗୀମାନଙ୍କ ଅଭିଯୋଗ ଅନୁସାରେ, ଡାକ୍ତରଖାନାରେ ପରୀକ୍ଷା ଉପକରଣ ଥିଲେ ମଧ୍ୟ ବାହାରୁ ଟେଷ୍ଟ କରିବାକୁ ପଠାଯାଉଛି। ଏକ୍ସ-ରେ ସେବା, ନେବୁଲାଇଜର, ଔଷଧ ଯୋଗାଣ ଏବଂ ପରିଷ୍କାର-ପରିଚ୍ଛନ୍ନତାକୁ ନେଇ ମଧ୍ୟ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ବୁଦ୍ଧିଜୀବୀମାନେ ଦୀର୍ଘଦିନ ଧରି ଏକେ ସ୍ଥାନରେ ଅଧିକାରୀଙ୍କ ନିଯୁକ୍ତି, ରୋଗୀ କଲ୍ୟାଣ ସମିତି ପାଣ୍ଠିର ବ୍ୟବହାର ଏବଂ ଅନିୟମିତତାର ତଦନ୍ତ ଦାବି କରିଛନ୍ତି। ଏହି ସମସ୍ତ ଅଭିଯୋଗର ସରଜମିନ୍ ତଦନ୍ତ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ ସହ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି।