June 19, 2026

ଜଗଦଲପୁରରେ କାରଗିଲ ବିଜୟ ଦିବସ ପାଳିତ

IMG-20230726-WA0029
Share

ଶେଷରେ ୧୯୯୯ ମସିହା ଜୁଲାଇ ମାସ ୨୬ତାରିଖରେ ଭାରତ ମାଟିରୁ ପାକିସ୍ତାନସେନାକୁ ହଟାଇ ବିଜୟ ତ୍ରିରଙ୍ଗା ଧ୍ଵଜା ଉଡାଇଥିଲା ଭାରତୀୟ ସେନା। ଏହି ଐତିହାସିକ ବିଜୟ ହାସଲ କରି ବା ସ୍ମୃତି ରେ ପ୍ରତ୍ୟେକ ବର୍ଷ ଜୁଲାଇ ମାସ ୨୬ତାରିଖରେ ପାଳିତ ହେଉଛି କାରଗିଲ ବିଜୟ ଦିବସ । ଏହି ଅବସରରେ କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଏହାକୁ ପ୍ରତିବର୍ଷ ପରି ଚଳିତବର୍ଷ ଏହି ୨୪ ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। କାରଗିଲ୍ ଯୁଦ୍ଧରେ ଏହି ଗ୍ରାମର ବିରପୁରୁଷ ଏସ୍.ଶ୍ରିନିବାସ ପାତ୍ର ଦେଶ ପାଇଁ ଲଢ଼ି ସହିଦ୍ ହୋଇଥିଲେ । ଆଜିର ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟଅର୍ପଣ ସହ ସମସ୍ଥେ ତାଙ୍କର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ,ବ୍ଲକ ଉପାଧ୍ୟକ୍ଷ ବିଷ୍ଣୁପ୍ରିୟା ପାତ୍ର,ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମୀ କେ.କ୍ରିଷ୍ଣା କୁମାର ,ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ, ଜିଲ୍ଲାପରିଷଦ ସଭ୍ୟା ଭାରତୀ ନାୟକ, ପୂର୍ବତନ ଅଧ୍ୟକ୍ଷ ଦିଲ୍ଲିପ ପାତ୍ର, ସମିତି ସଭ୍ୟ ବି.ରବୀନ୍ଦ୍ର ପାତ୍ରଙ୍କ ପ୍ରମୁଖ ଯୋଗ ଦେଇ କାର୍ଗିଲ ବିର ସହୀଦ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରର ସର୍ଦାର ବଲ୍ଲଭ ଭାଇ ପଟେଲ ସଙ୍ଘର ସଭାପତି ରାମପାତ୍ର,ସୁଦାମ ପାତ୍ର, ରାମେୟା ପାତ୍ର ସମେତ ଗ୍ରାମର ଯୁବ ଗୋଷ୍ଠି ଓ ବିଭିନ୍ନ ସଂଘଠନର କର୍ମକର୍ତ୍ତାମାନେ ଯୋଗ ଦେଇ ସହୀଦ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟlର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed