March 12, 2026

ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ……….

IMG-20250626-WA0038
Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସରସ୍ଵତୀ ଶିଶୁ ମନ୍ଦିର, ନୂଆଗଡ, ନବରଙ୍ଗପୁର ପ୍ରାଙ୍ଗଣରେ “International Day Against Drug Abuse and Illicit Trafficking” ଦିବସକୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶାଶ୍ଵତୀ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିସାଦ୍ରବ୍ୟ ସେବନ ଠାରୁ କିପରି ଦୂରେଇ ରହିବେ ସେ ବିଷୟରେ ଆଲୋକପାତ କରିଥିଲେ। ମଲୟ ପ୍ରଭାଳିନୀ ସାହୁ, ଔଷଧ ନିରିକ୍ଷକ, ନବରଙ୍ଗପୁର ଛାତ୍ରଛାତ୍ରୀ ମାନଙ୍କୁ ନିସାଦ୍ରବ୍ୟ ବିଷୟରେ ଥିବା ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ପ୍ରଶନ ପ୍ରସାଦ ପଟ୍ଟନାୟକ, ମୁଖ୍ୟ ଏଲ.ଏ.ଡ଼ିସି.ଏସ., ନବରଙ୍ଗପୁର, ରାଖୀ ଜୈନ, ସହାୟକ ସଚିବ, ଏଲ.ଏ.ଡ଼ିସି.ଏସ., ନବରଙ୍ଗପୁର ଓ ପ୍ରଭଞ୍ଜନ ତ୍ରିପାଠୀ, ଶିକ୍ଷକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।