ଉମରକୋଟ ନିକଟସ୍ଥ ଧଡ୍ରା ପୋଲ ନିର୍ମାଣ ସ୍ଥଳରୁ ୬ ଶିଶୁ ଶ୍ରମିକଙ୍କୁ ଉଧାର କଲା ଜିଲ୍ଲା ଶ୍ରମ ବିଭାଗ………..
ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଆଜି ନବରଙ୍ଗପୁର ଜିଲ୍ଳା ଶ୍ରମ ବିଭାଗ ପକ୍ଷରୁ ଉମରକୋଟ ଅଂଚଳ ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ କରିଥିଲେ। ଏହି ସମୟ ରେ ବଡ ଭରଣ୍ଡି ଓ ଧଡ୍ରା ମଝିରେ ଚାଲିଥିବା ପୋଲ ନିର୍ମାଣ କାର୍ଯ୍ୟରେ ୬ ଜଣ ନାବାଳକ ଯାହାର ବୟସ ୧୮ ବର୍ଷ ରୁ କମ ସେମାନେ ବିପଦ ସଙ୍କୁଳ ଅବସ୍ଥା ରେ ଓ କୌଣସି ସୁରକ୍ଷା କବଚ ନଥାଇ ବିପଦ ଜନକ କାର୍ଯ୍ୟ କରୁଥିଲେ। ଏହି ସମୟରେ ଶ୍ରମ ବିଭାଗର ଏହି ଟିମ୍ ପହଂଚି ୬ ନାବାଳକ ଙ୍କୁ ଉଧାର କରିଛି। ସମସ୍ତ ନାବାଳକଙ୍କ ଘର ଚାଟି ଗୁଡ଼ା ନିକଟସ୍ତ ପାରିଆ ଗ୍ରାମ। ଜିଲ୍ଳା ଶ୍ରମ ବିଭାଗ ପକ୍ଷରୁ ଉପସ୍ଥିତ ଥିବା ଶିଶୁ ମଙ୍ଗଳ କମିଟି ସମ୍ମୁଖ ରେ ଉଦ୍ଧାର ୬ ଶିଶୁ ଶ୍ରମିକ ଙ୍କୁ ଉପସ୍ଥାପନ କରିବା ପରେ ଏହି ଟିମ ପାରିଆ ପହଂଚି ସ୍ଥାନୀୟ ସରପଞ୍ଚ ଙ୍କ ଉପସ୍ଥିତିରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଟିମ ରେ ସହକାରୀ ଶ୍ରମ ଅଧିକାରୀ ମାନସ ଖୋସଲା, ଶୋଭା ର ଜିଲ୍ଲା ସଂଜ ଜିକା ଉମା ସତନାମୀ, ଶିଶୁ ମଙ୍ଗଳ କମିଟି ପକ୍ଷରୁ ସଂତୋଷ ଜେନା, ରବୀନ୍ଦ୍ର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରୁ ସମରେନ୍ଦ୍ର ପରିଡ଼ା, ଚାଇଲ୍ଡ ଲାଇନ କରଡିନେଟର ଚିନ୍ମୟୀ ନାୟକ, ସୁପରଭାଈଜର ଲକ୍ଷ୍ମୀକାନ୍ତ ପୁଜାରୀ, ଶିଶୁ ଅଧିକାର ସୌରଭ ଉପାଧୟ ପୋଲିସ ହୋମ ଗାର୍ଡ ଲକ୍ଷ୍ମଣ ଭତ୍ରା ଓ କପିଳ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
