September 22, 2026

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନେତୃତ୍ଵ ରେ ରକ୍ତଦାନ ଶିବିର ୫୦୦ରୁ ଉର୍ଦ୍ଧ ସ୍ବେଛାକୃତ ରକ୍ତଦାନ 

IMG-20250626-WA0037
Share

 

ଛତ୍ରପୁର.ତା-୨୬/୬/୨୦୨୫(ଅରୁଣ କୁମାର ପଣ୍ଡା)କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି କେନ୍ଦ୍ର ମନ୍ତ୍ରୀଙ୍କ ଜନ୍ମଦିନ ପାଳିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ଛତ୍ରପୁର ରିଡିଙ୍ଗ ରୁମ ପରିସରରେ ଆ ଗୟୋଜିତ ଏହି ମେଗା ରକ୍ତଦାନ ଶିବିରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୦୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ କୁମାର ସାବତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବୃକ୍ଷରୋପଣ ସହ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ରହିଥିବା ବେଳେ ଏହି ରକ୍ତଦାନ ଶିବିର କିଛି ମାତ୍ରାରେ ରକ୍ତର ଅଭାବ ଦୂର କରିବ ବୋଲି କହିଛନ୍ତି ଛତ୍ରପୁର ବିଧାୟକ ଏହା ସହ ସମସ୍ତ ସ୍ବେଛାସେବୀ ମାନେ ଉପସ୍ଥିତ ରହି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଥିଲେ। ଏହି ରକ୍ତଦାନ ଶିବିର ରେ ଯୁବ ନେତା ବନଜ ନାହାକ,N ଦୁର୍ଯ୍ୟୋଧନ ରେଡ୍ଡୀ, ଲକ୍ଷ୍ମୀ ନାରାୟଣ ପଣ୍ଡା, ରୁଇନା ପଟ୍ଟନାୟକ, ପଦ୍ମ ସାହୁ, ପ୍ରଦୀପ ପାଢ଼ୀ,ଅଶୋକ ପାଣିଗ୍ରାହୀ ଓ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତିସଭ୍ୟ ଓ ମଣ୍ଡଳ ସଭାପତି ଛାତ୍ରନେତା ଓ ଯୁବ ନେତା ମାନେ ଉପସ୍ଥିତ ଥିଲେ

You may have missed