April 25, 2026

ଫେସବୁକରେ ଅପମାନଜନକ ପୋଷ୍ଟ , ଥାନାରେ ଅଙ୍ଗନଓ୍ବାଡି ସଂଘର ଅଭିଯୋଗ

IMG-20240626-WA0032
Share


ବୁଗୁଡ଼ା : ତା ୨୬/୦୬/୨୪ : ନିଜର ଫେସବୁକ୍ ଆଇଡିରେ ବୁଗୁଡା ଅଙ୍ଗନଓ୍ବାଡି ସଂଘ ପ୍ରତି ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିଥିବା ନେଇ ବୁଗୁଡା ଥାନାରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ବ୍ଯକ୍ତି ଜଣକ ହରଡଘଣାରେ ପଡିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯେ , ଗତ ୨୫ ତାରିଖ ରାତିରେ ସୁରେନ୍ଦ୍ର ବେହେରା ନାମକ ଜନୈକ ବ୍ଯକ୍ତି ନିଜ ଫେସବୁକ୍ ଆଇଡିରେ ଅଙ୍ଗନଓ୍ବାଡି କର୍ମୀଙ୍କ ସଂଗଠନକୁ ନେଇ ଆପତ୍ତିଜନକ ମତ ପୋଷ୍ଟ କରିଥିଲେ । ସେହି ପୋଷ୍ଟକୁ ଅନ୍ୟ କେତେକ ବ୍ଯକ୍ତି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଅଲ୍ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କର୍ସ ଆସୋସିଏସନ ବୁଗୁଡା ଶାଖା ପକ୍ଷରୁ ଆଜି ସକାଳେ ବୁଗୁଡା ଥାନାରେ ଅଭିଯୋଗ ସହ ସଂପୃକ୍ତ ବ୍ଯକ୍ତିଙ୍କୁ ଗିରଫ ଦାବିରେ ଦିନ ତମାମ ଅଙ୍ଗନଓ୍ବାଡି କର୍ମୀଗଣ ଥାନା ପରିସରରେ ରୁଣ୍ଡ ହେବା ଘଟଣା ଅଞ୍ଚଳରେ ଚହଳ ପକାଇଥିଲା । ତେବେ ସନ୍ଧ୍ୟାରେ ପୋଲିସ ସୁରେନ୍ଦ୍ରକୁ ଥାନାକୁ ଆଣିଥିଲା । ସେଠାରେ ସୁରେନ୍ଦ୍ର ଅଙ୍ଗନଓ୍ବାଡି କର୍ମୀଗଣଙ୍କ ସମ୍ମୁଖରେ ଭୁଲ୍ ସ୍ବୀକାର ସହ ନିଜର ଫେସବୁକ୍ ପୋଷ୍ଟିଂ ପାଇଁ ଅନୁତପ୍ତ ଏବଂ ପରବର୍ତ୍ତୀ ସମୟରେ ଅଙ୍ଗନଓ୍ବାଡି କର୍ମୀ ସଂଘ ସମ୍ପର୍କେ କୌଣସି ମତାମତ ପ୍ରଦାନ କରିବି ନାହିଁ ବୋଲି ଲିଖିତାକାରରେ ଦର୍ଶାଇବା ପରେ ମାମଲାର ଅବସାନ ଘଟିଥିଲା । ଏହି ଘଟଣାଟି ମଧ୍ୟ ସ୍ଥାନୀୟ ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।