April 25, 2026

ଚତୁର୍ଭୁଜ ଉଚ୍ଚ ଵିଦ୍ୟାଳୟରେ ମକ ଡ୍ରିଲ ପ୍ରଦର୍ଶିତ

IMG-20240626-WA0030
Share

ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ଼ ବ୍ଲକ ଅଧିନସ୍ଥ ସଂପୂରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ଆବେଦନ
କ୍ରମେ ବୋଲଗଡ଼ ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ନିରଞ୍ଜନ ବେହେରା,ଆଗ୍ନିକ ଭାଗିରଥି ବଳିୟାରସିଂହ, ବାଲ୍ମୀକ ପ୍ରଧାନ ଏବଂ ଚନ୍ଦନ କୁମାର ମହାଂତି ଉକ୍ତ
କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପ୍ରଥମ ପର୍ଯ୍ୟାୟରେ ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସେବାକେନ୍ଦ୍ରର ଅଧିକାରୀ ଶ୍ରୀ ବେହେରା ବିଦ୍ୟାଳୟର ୧୪୭ ଜଣ ବିଦ୍ୟାର୍ଥୀଙ୍କୁ ଉଦାହରଣ ସହ ଅଗ୍ନିର ପ୍ରକାରଭେଦ,ଅଗ୍ନି ନିର୍ବାପନର ବିଭିନ୍ନ ପଦ୍ଧତି, ଜଳରେ ବୁଡ଼ି ଯାଉଥିବା ପୁରୁଷ ଓ ମହିଳାଙ୍କୁ ଉଦ୍ଧାର କରିବା ଉପାୟ, ଗ୍ୟାସ ଲିକେଜ ସମୟରେ ନେବାକୁ ଥିବା ପଦକ୍ଷେପ ଏବଂ ପ୍ରାଥମିକ ଉପଚାର ସମ୍ପର୍କରେ ବିଷଦ ଭାବେ ଆଲଚନା କରିଥିଲେ ।
ଦ୍ଵିତୀୟ ପର୍ଯ୍ୟାୟରେ ଶ୍ରୀ ବେହେରା ଙ୍କ ସମେତ ଆଗ୍ନିକମାନେ
ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଆଁ
ଲିଭାଯନ୍ତ୍ରର ବ୍ୟବହାର ଏବଂ ଟାଙ୍କିରେ ନିଆଁ ଲାଗିଲେ ନିଆଁ ଲିଭାଇବାର ବିଭିନ୍ନ ପଦ୍ଧତି ପ୍ରଦର୍ଶନ
କରି ତାଲିମ ଦେଇଥିଲେ । ତାହାପରେ ସ୍କାଉଟ ମାଷ୍ଟର ବିଚିତ୍ର କୁମାର ଘଡ଼େଇ ଓ ରେଡ଼କ୍ରସ
କାଉନସେଲର ସ୍ମିତାସିନ୍ଧୁ ମହାପାତ୍ର
ଯଥାକ୍ରମେ ୧୮ ଜଣ ସ୍କାଉଟ ଓ ୨୪ ଜଣ ରେଡକ୍ରସ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ।ବିଦ୍ୟାଳୟରେ ଉପସ୍ଥିତ ଥିବା ଅବଶିଷ୍ଟ ୧୫୬ ବିଦ୍ୟାର୍ଥୀଙ୍କ ମଧ୍ୟରୁ
ନବମ ଏବଂ ଦଶମ ପିଲାଙ୍କୁ ଶୈବାଳିକା ମଲ୍ଲିକ ଓ ସ୍ଵର୍ଣ୍ଣଲତା ପ୍ରଧାନ ,ବିଶ୍ୱଜିତ୍ ସରୋଜ କୁମାର, ଦୀପ୍ତି ରଞ୍ଜନ ଦାସ ଓ ଅଂଶୁମାନ ଧଳ ଷଷ୍ଠରୁ ଅଷ୍ଟମ ଛାତ୍ର ଛାତ୍ରୀଙ୍କୁ, ସୌଦାମିନି ସୁବୁଦ୍ଧି ଓ ଶ୍ରୋତାଲିନୀ ସାହୁ ପ୍ରଥମରୁ ପଞ୍ଚମପିଲାଙ୍କୁ ମକ ଡ୍ରିଲ ଉପରେ ତାଲିମ ଦେଇଥିଲେ । ପରିଶେଷରେ ବିଶ୍ୱଜିତ ସରୋଜ କୁମାର ଶ୍ରୀ ବେହେରା ଏବଂ ଆଗ୍ନିକମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।ଉକ୍ତ
କାର୍ଯ୍ୟକ୍ରମରେ ସ୍ନେହଲତା ପାଇକରାୟ ଓ ସମ୍ବିତ କେଦାର କର
ସହଯୋଗ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।