April 25, 2026

ବାଲିପଦର ଡିଗ୍ରୀ କଲେଜର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

IMG-20230626-WA0057
Share

ବାଲିପଦର ଡିଗ୍ରୀ କଲେଜର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା
ବୁଗୁଡ଼ା ୨୬/୬/୨୦୨୩: ସ୍ଥାନୀୟ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ହରିହର ବିଶୋୟୀଙ୍କୁ ନିଯୁକ୍ତି ମିଳିଛି। ଆଜି ତାଙ୍କୁ କଲେଜ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଲେଜ ଅଧ୍ୟକ୍ଷ ବିବେକା ନନ୍ଦ ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ ଏକ ସଭାରେ ନବ ନିଯୁକ୍ତ ସଭାପତିଙ୍କୁ ସମସ୍ତ କର୍ମଚାରୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏ ଅବସରରେ ସେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ କୁମାର ସାହୁଙ୍କ ପରାମର୍ଶ ଓ ସହଯୋଗ କ୍ରମେ ସମାଧାନ କରିବା ସହିତ ମହାବିଦ୍ୟାଳୟରେ ଏକ ଉତ୍ତମ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିବା ନେଇ ପ୍ରକାଶ କରିବା ସହ ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀଙ୍କ ସକାରାତ୍ମକ ଭୂମିକା ଅତୀବ ଜରୁରୀ ବୋଲି କହିଥିଲେ। ପରିଶେଷରେ ଅଧ୍ୟାପକ ଗୋପୀନାଥ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।