May 27, 2026

ଭକ୍ତଙ୍କୁ ନିମନ୍ତ୍ରଣ ନିମନ୍ତେ ଗଡ଼ିଲା ଭକ୍ତିରଥ

IMG-20260526-WA0025
Share

 

ପୁରୀ ଲୋକନାଥ ମନ୍ଦିର ନିକଟସ୍ଥ ଛପନ ଛକାଠାରେ ଥିବା ସିଂହସ୍ଥାନ, ନବଦେଶ, ଛପନଦେଶ ଶ୍ରୀ ନୀଳାଚଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଆନୁକୂଲ୍ୟରେ ଶ୍ରୀଶ୍ରୀ ଲୋକନାଥଦେବ ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ମହାଡ଼ମ୍ବରରେ ଜୁନ ୩୦ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ l ଏଥିନିମନ୍ତେ ଆଜି ସକାଳୁ ଅନୁଷ୍ଠାନ ର ଜିଲ୍ଲା ସଭାପତି ଶ୍ରୀଧର ଜେନାଙ୍କ ସଭାପତିତ୍ୱ ରେ ସମସ୍ତ ଜିଲ୍ଲା ନେତୃବୃନ୍ଦ ଏବଂ ବ୍ଲକ ନେତୃବୃନ୍ଦ ଏକାଠି ହୋଇ ବାବା ଶ୍ରୀଲୋକନାଥ, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ଦକ୍ଷିଣକାଳୀଙ୍କ ଆଜ୍ଞାମାଳ ନେଇ ଝାଞ୍ଜ କୀର୍ତ୍ତନ ସହିତ ନଗର ପରିକ୍ରମା କରି ମହାପ୍ରସାଦ ସେବନ କରି ନଗର ପରିକ୍ରମା କରି ପୁରୀ ସଦର ଅଭିମୁଖେ ଆଗମନ କରିଛି ଭକ୍ତିରଥ l ଏହି ଭକ୍ତିରଥ ର ମୁଖ୍ୟ ଉଦେଶ୍ୟ ହେଉଛି ଲକ୍ଷ ଲକ୍ଷ ଭକ୍ତ ଏହି ଯଜ୍ଞ ରେ ଅଂଶଗ୍ରହଣ କରି କଳସ ଶୋଭାଯାତ୍ରା ରେ ଅଂଶଗ୍ରହଣ କରି ଯଜ୍ଞକୁ ସାଫଲ୍ୟ ମଣ୍ଡିତ କରିବେ ଏଠାରେ କୌଣସି ଭକ୍ତଙ୍କୁ ଗୋଟେ ଟଙ୍କା ଆର୍ଥିକ ସାହାଯ୍ୟ ପାଇଁ ବାଧ୍ୟ କରାଯିବନାହିଁ l ଅନୁଷ୍ଠାନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଶ୍ରୀଧର ଜେନା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed