March 8, 2026

ବିଲୁପ୍ତ ହେବାକୁ ବସିଲାଣି ଭାଗବତ ଟୁଙ୍ଗୀ।

ab7ff0dd-e568-40fc-bcbb-c1888478dddc
Share

 

ବୋଲଗଡ଼,୨୬/୦୬(ଉପାନ୍ତ ଓଡିଶା):ବ୍ୟସ୍ତ ବହୁଳ ଜଂଯାଳ ଭିତରେ ମାନସିକ ଶାନ୍ତି ପାଇଁ ଲୋକମାନେ ସଂଧ୍ୟା ସମୟରେ ଗୀତା,ଭାଗବତ ଓ ବିଭିନ୍ନ ପ୍ରକାରର ପୁରାଣ ପଠନ କରୁଥିଲେ। ସେଥିପାଇଁ ପ୍ରତ୍ୟେକ ଗ୍ରାମରେ ରହିଥିଲା ଭାଗବତ ଟୁଙ୍ଗୀ। କିନ୍ତୁ ବର୍ତ୍ତମାନ ସମୟର ସଂଧ୍ୟାରେ ସୁଣିବାକୁ ମିଳୁନାହିଁ ଭାଗବତ, ଗୀତା ଓ ପୁରାଣ ଆଦି। ଆଉ ହେଉନାହିଁ ଗ୍ୟାନଚର୍ଚା। ଆଧୁନିକତାର ପ୍ରଭାବ ରେ ଧିରେ ଧିରେ ସଂସ୍କୃତି ଓ ପରମ୍ପରା ଠାରୁ ଦୁରେଇ ଜାଉଛି ଭାଗବତ ଟୁଙ୍ଗୀ। ମଣିଷ ଜନ୍ମ ଓ ମୃତ୍ୟୁ ସମୟରେ ଭାଗବତ ଗୀତା ପାଠ କରାଯାଇଥାଏ। ଭାଗବତ ଆମ ସନାତନଧର୍ମର ମୂଳମନ୍ତ୍ର ଅଟେ। ଏହାକୁ ପ୍ରତ୍ୟେକ ଜନସାଧାରଣ ଯାଣିବାଦରକାର କିନ୍ତୁ ମଣିଷ ଆଜି ଆଧୁନିକତାର ଦ୍ବାହି ଦେଇ ତାମସିକ ଗୁଣରେ ମଜ୍ଜିଯାଇ ବିଭିନ୍ନ ପ୍ରକାରର କୁକର୍ମ ରେ ଲିପ୍ତ ରହୁଅଛି। ବର୍ତ୍ତମାନ ସମୟ ଥାଉ ଥାଉ ଭାଗବତ, ଗୀତା ଓ ବିଭିନ୍ନ ପୁରାଣ ମାନଙ୍କରେ ଥିବା ତତ୍ତ୍ଵ ଗ୍ୟାନ କୁ ଆମେ ସମସ୍ତେ ବୁଝିବା ଦରକାର।ଯାହା ଫଳରେ ମଣିଷ ମଣିଷ ମଧ୍ୟରେ ଥିବା କ୍ରୋଧ ଲୋଭ,ମୋହ,ମାୟା ଆପେ ଆପେ ଅପସରି ଯାଇଥାଏ। ତେଣୁ ପ୍ରତ୍ୟେକ ମଣିଷ ସମସ୍ତ କର୍ମମୟ ଜଂଜାଳରୁ କିଛି ସମୟ ବାହାରକରି ଭାଗବତ ଟୁଙ୍ଗୀ ରେ ସାମିଲ ହେବାଉଚିତ୍। ଯାହା ଫଳରେ ସନାତନ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଆଗାମୀ ସମୟପାଇଁ ସନାତନ ଧର୍ମରେ ଥିବା ସଂସ୍କୃତି ଓ ପରମ୍ପରା ସୁଦୃଢ଼ ହୋଇପାରିବ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)