May 10, 2026

ପେହେଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପୁର ପଲ୍ଲୀରେ ବିରୋଧ ପଡ଼ିଆବାହାଲ ରେ ଶ୍ରଦ୍ଧାଞ୍ଜଳି 

IMG-20250426-WA0042
Share

 

 

ସମ୍ବଲପୁର:ଗତ ବୁଧବାର ଜମ୍ମୁ କାଶ୍ମୀର ପେହେଲଗାଓଁ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ସମ୍ବଲପୁର ଜିଲାରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଭଳି ସ୍ଥଳରେ ଆଜି ଜୁଯୋମୁରା ବ୍ଲକର ପଡିଆବାହାଲ ଠାରେ ପଞ୍ଚମୁଖି ହନୁମାନ ମନ୍ଦିର ଆଞ୍ଚଳିକ କମିଟି ପକ୍ଷରୁ ଏକ କ୍ୟାଣ୍ଡେଲ ଯାତ୍ରା କରି ଘଟଣାର ତୀବ୍ର ନିନ୍ଦା କରିବାସହିତ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ମୃତାହତଙ୍କ ଅମର ଆତ୍ମାର ଶାନ୍ତି କାମନା କରି ନୀରବ ପ୍ରାର୍ଥନା ସହିତ ଦୀପ ପ୍ରଜ୍ବଳନ କରାଯାଇଛି।

ଭାରତ ବର୍ଷ ର କୋଣ ଅନୁକୋଣରେ ଜାତି, ଧର୍ମ, ବର୍ଣ୍ଣ, ରାଜନୈତିକ ବିଚାରଧାରା ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଏହି ଘଟଣାକୁ ନିନ୍ଦା କରି ଘର ଭିତରୁ ପଦାକୁ ଆସିବାରେ ଲାଗିଛନ୍ତି।

ଲୋକଙ୍କ ମନରେ ଏହି ଘଟଣା ଯେତିକି ଆଘାତ ପହଞ୍ଚାଇଛି ତା’ଠୁ ଅଧ‌ିକ ଜନ ମାନସରେ ଆକ୍ରୋଶ ବାତାବରଣ ପରିଲକ୍ଷିତ ହେଉଛି । ଏହି ଅଘଟଣ ପରେ ସମଗ୍ର ଦେଶର କୋଣ ଅନୁକୋଣରେ ଦେଶବାସୀଙ୍କ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ପଡ଼ିଆବାହାଲ ଠାରେ କମିଟି ର ସଭାପତି ଶକ୍ତି ପ୍ରସନ୍ନ ବଡ଼ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ସାପ୍ତାହିକ ବଜାର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ କ୍ୟାଣ୍ଡେଲ ଯାତ୍ରା ବାହାରି ମୃତାହତଙ୍କ ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ମୃତକଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରି ଆତଙ୍କବାଦୀର ମୂଳପ୍ତାଟନ ପାଇଁ କେନ୍ଦ୍ର ସରକାର କଠୋର ପଦକ୍ଷେପ ନେବାକୁ କମିଟିର ପ୍ରମୋଦ ମଗର, ଅଶୋକ ରାୟ, ରୁପେଶ ପାତ୍ର, ମନୋଜ ସୁବୁଦ୍ଧି, ସୁରେନ୍ଦ୍ର ସାହୁ, କେଶବ ମେହେର, ରାଜେଶ ମେହେର, ପଦ୍ମ ଲୋଚନ ସାହୁ, ବିପିନ ପ୍ରଧାନ, ଶୁକଦେବ ମେହେର, ମନୋଜ ମେହେର, ବରୁଣ ସାହୁ ଓ ଡାକ୍ତର ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଦାବି କରି ଏଥିରେ ସାମିଲ ହୋଇଥିଲେ।