May 10, 2026

ପୁରୀ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା-2025

IMG-20250426-WA0040
Share

 

ଚଳିତ ମାସ ଏପ୍ରିଲ 26 ଓ 27 ତାରିଖ ଦୁଇ ଦିନ ଧରି ପୁରୀର ଗରୁଡ଼ ଛକ ରେ ଥିବା ରେଲୱ କଲ୍ୟାଣ ମଣ୍ଡପ ଠାରେ ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ଦ୍ୱାରା 18ତମ କିରୋଗୀ ଓ 10ତମ ପୁମସି ପୁରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଦୁଇଟି ଇଭେଣ୍ଟରେ ଅନୁଷ୍ଠିତ ହବାକୁ ଯାଉଛି. ଏହି ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପିପିଲି, କୋଣାର୍କ, ସାକ୍ଷୀଗୋପାଳ, ସାତଶଂଖ, ସାତପଡ଼ା, ପୁରୀ ସଦର, ପୁରୀ ଟାଉନରେ ଥିବା 11ଟି ଏକାଡେମୀରୁ 550 ଜଣରୁ ଉର୍ଦ୍ଧ ପ୍ରତିଯୋଗୀ ଦୁଇଟି ଇଭେଣ୍ଟରେ ଅଂଶ ଗ୍ରହଣ କରିବେ. ଏହି କିରୋଗୀ ଓ ପୁମସି ଦୁଇଟି ପ୍ରତିଯୋଗୀତାରେ ସୁପର ସବ-ଜୁନିଅର(4-7ବର୍ଷ), ସବ-ଜୁନିଅର(8-11ବର୍ଷ), କ୍ୟାଡେଟ (12-14ବର୍ଷ), ଜୁନିଅର(15-17ବର୍ଷ),ସିନିଅର(17ବର୍ଷରୁ ଉର୍ଦ୍ଧ) ପ୍ରତିଯୋଗୀ ନିଜର ଟାଏକୋଣ୍ଡୋ ଖେଳ ପ୍ରଦର୍ଶନ କରିବେ.ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ 18ଜଣ ଜାତୀୟ ରେଫେରୀ ସହ 5ଜଣ ଅଫିସିଆଲ ପ୍ରତିଯୋଗିତା ପରିଚାଳନା କରିବା ପାଇଁ ନିଯୁକ୍ତି ହେଇଛନ୍ତି.ଏହି ପ୍ରତିଯୋଗିତା ଇଲୋକ୍ଟ୍ରୋନି ସ୍କୋରିଙ୍ଗ ସିଷ୍ଟମ ମାଧ୍ୟମରେ ଖେଳାଯିବ.ଶ୍ରୀ ରବି ଶଙ୍କର ପ୍ରତିହାରୀ, କୋଷାଧକ୍ଷ, ଓଡିଶା ଅଲ୍ୟମ୍ପିକ ସଙ୍ଘ, ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ, ଓଡ଼ିଆ ଟାଏକୋଣ୍ଡୋ ସଙ୍ଘ ଓ ଶ୍ରୀ ସୁଦର୍ଶନ ସାହୁ, ପୁରୀ ବକ୍ସସିଂ ଏକାଡେମୀ ଅତିଥିଭାବେ opening ceremony ତା. 26/05/2025 ସମୟ ପୂର୍ବାନ୍ନ 11.30 ଘଂଟିକା ସମୟରେ ପ୍ରତିଯୋଗିତାରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକଙ୍କୁ ପ୍ରତିଯୋଗିତା ଭଲରେ ପରିଚାଳନା ପାଇଁ ଧନ୍ୟବାଦ ଜଣାଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ