May 20, 2024

ଗୁଣୁପୁର ରେ ପାଣ୍ଡିଆନଙ୍କ ପ୍ରଚାର ଯୋଡିଏ ଶଙ୍ଖ ରେ ଭୋଟ ଦେବାକୁ କଲେ ଅନୁରୋଧ

Share

 

ଗୁଣପୁର -ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଶାସକ ବିଜେଡି ପକ୍ଷରୁ ପ୍ରଚାର ପ୍ରସାର ଜୋର ଦାର କରାଯାଇଛି । ଆଜି 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ତୋଫାନି ଗସ୍ତରେ ରାୟଗଡା ଗସ୍ତ କରି ଦଳ ପାଇଁ ପ୍ରଚାର କରିଥିଲେ । ଅପରାହ୍ନ ୫ ଟା ରେ ଗୁଣୁପୁର ରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେଇଥିଲେ । ବିଜେଡି ପକ୍ଷରୁ ପାଣ୍ଡିଆନ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ, ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାଶ, ନଗର ସଭାପତି ରାମ ପ୍ରସାଦ ପଣ୍ଡା, ବ୍ଲକ୍ ସଭାପତି ଭାଷା ଶତପଥୀ, ବିଜୁ ଛାତ୍ର ଦଳର ରାଜ୍ୟ ଉପ ସଭାପତି ପିଙ୍କୁ ପଣ୍ଡା, ଏସ ବାବା ପ୍ରସାଦ, ଦେବୀ ଆଚାର୍ଯ୍ୟ,ମୁନା ପାଣି, ରିଣ୍ଟୁ ଦାଶ, ଦିପୁନ ଗୌଡ଼,ଶିବ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପ୍ରତ୍ୟକ୍ଷ ସହଯୋଗ କରିଥିଲେ । ସାଧାରଣ ସଭାରେ ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ,ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଙ୍କୁ ଯୋଡିଏ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ୮୧ ବର୍ଷ ବୟସରେ ବି ମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କ ପାଇଁ ୨୪ ଘଣ୍ଟା ପରିଶ୍ରମ କରୁଛନ୍ତି । ପୂର୍ବରୁ ଗୁଣୁପୁର ବାସୀ ଯେଉଁ ସବୁ ଦରଖାସ୍ତ ଓ ଦାବି ଉପସ୍ଥାପନ କରିଥିଲେ ସେଥିରୁ ୮୦ ପ୍ରତିଶତ କାମ ସରିଥିବା ଶ୍ରୀ ପଣ୍ଡିଆନ କହିଥିଲେ । ସବୁ ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାର କଲ୍ୟାଣ ମୂଳକ ଯୋଜନା କରିଛନ୍ତି । ପେନସନ ବଢିଛି, କଲେଜ ଛାତ୍ର ଛାତ୍ରୀ ଙ୍କୁ ସହାୟତା ଯୋଗାଇ ଦିଆଯାଇଛି ଯାହା ଅନ୍ୟ କୌଣସି ରାଜ୍ୟରେ ନାହିଁ । ମହିଳା ମାନଙ୍କ ସଶକ୍ତିକରଣ ପାଇଁ ସରକାର ଦୃଢ଼ ପ୍ରତିଶ୍ରୁତି ବଦ୍ଧ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନେକ ଲୋକେ ଉପକୃତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ କଥା କମ କାମ ବେଶୀ କରନ୍ତି । ତେଣୁ ସମୟ ଆସିଛି ମୁଖ୍ୟମନ୍ତ୍ରୀ ଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଅନୁରୋଧ କରିଥିଲେ । ସେହିଭଳି ଲୋକେ ସ୍ଥିର କରି ସାରିଛନ୍ତି ପୁନର୍ବାର ସେମାନେ ବିଜେଡି କୁ ଜିତେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିବେ ବୋଲି ଜିଲ୍ଲା ସଭାପତି ଭାସ୍କର ରାଓ ଓ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଦୃଢକ୍ତି ପ୍ରକାଶ କରିଛନ୍ତି ।(ସୁରେନ୍ଦ୍ର ମହାନ୍ତି )