April 26, 2026

ଡେଙ୍ଗାପଦରରେ ମହାଭାରତ ନାଟକ ମଞ୍ଚସ୍ଥ 

IMG-20230426-WA0004
Share

 

 

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ମହୁରୀ ଡେଙ୍ଗାପଦର ଗ୍ରାମରେ ଶ୍ରୀ ରାମନବମୀ ଉପଲକ୍ଷେ ମାଁ ଦୁଆରୀଶୁଣୀ ମନ୍ଦିର ପ୍ରାଙ୍ଗଣରେ ମହାଭାରତ ପୈାରାଣିକ ନାଟକ ମଞ୍ଚସ୍ଥ ହୋଇଥିଲା। ଡେଙ୍ଗାପଦର ଗ୍ରାମରେ ସଭାପତି ତଥା କୁକୁଡ଼ାଖଣ୍ତି ବ୍ଲକ ବିଜେଡି ସଭାପତି ସୀତାରାମ ସାହୁଙ୍କ ନେତୃତ୍ବରେ ପୈାରାଣିକ ନାଟକକୁ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକକୁ ଉଦଘାଟନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ଏଥିରେ ମହନ୍ତ ମହାରାଜ ପଦ୍ମ ଚରଣ ଦାସ, ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟା ଶିବାନୀ ସେଠୀ, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ମହାଙ୍କୁଡ, ସମବାୟ ସମିତି ସଭାପତି ସୁରେଶ ସେଠୀ, ଉପ-ସଭାପତି କୈଳାଶ ବିଷୋୟୀ, ଡ଼ଃ ସଞ୍ଜୟ କୁମାର ପାଣିଗ୍ରାହୀ , ସରପଞ୍ଚ ପ୍ରତିନିଧି ଶଙ୍କର ମହାଙ୍କୁଡ, ଗୌରୀ ଶଙ୍କର ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଦେଖିବା ପାଇଁ ଦର୍ଶକ ମାନଙ୍କ ଭିଡ଼ଲାଗି ରହିଥିବା ବେଳେ ଅନ୍ୟାନ୍ୟ ସମ୍ପାଦକ ସୋମନାଥ ବେହେରା, କୋଷାଧ୍ୟକ୍ଷ ଅର୍ଜୁନ ପଣ୍ଡା , ଦଣ୍ଡପାଣି ପଣ୍ଡା କାଳୀଚରଣ ବେହେରା, ଏ.ପୂର୍ଣ୍ଣଚନ୍ଦ୍ର ସୁବୁଦ୍ଧି,ନାଟକ ନିର୍ଦ୍ଦେଶକ ଗଜେନ୍ଦ୍ର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସମେତ ମହୁରୀ ଡେଙ୍ଗାପଦର ଗ୍ରାମରେ ଯାତ୍ରା ପରିଚାଳନା କମିଟିରେ ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତ ରହି ଯାତ୍ରାକୁ ପରିଚାଳନାରେ ସହଯୋଗ କରିଥିଲେ l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି/ରିପୋର୍ଟ