ଭବାନୀପାଟଣା ଠାରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଓଡିଶାର ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶରାମ ଖୁଣ୍ଟିଆ ଏବଂ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବି ଯୋଗ ଦେଇଥିଲେ। ପ୍ରଥମେ ସକାଳ ପ୍ରାୟ ୭ ଘଟିକାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶରାମ ଖୁଣ୍ଟିଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ, ଏଥିସହ ସାଧାରଣ ତନ୍ତ୍ର ଦିବସ ପାଳନ ବିଷୟରେ ଉଦବୋଧନ ଦେଇଥିଲେ। ଏହାପରେ ରିଜର୍ଭ ପଡିଆରେ ଜିଲ୍ଲା ପୋଲିସ ସହ ସହରର ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟର ଏନ.ସି.ସି, ସ୍କାଉଟ ଛାତ୍ର ଛାତ୍ରୀ ମାନେ ପରେଡ କରି ମାନ୍ୟବର ମନ୍ତ୍ରୀଙ୍କୁ ସଲାମୀ ଦେଇଥିଲେ। ଏହାପରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ରୋମାଂଚକର କ୍ରୀଡା କୌଶଳ ଗୁଡିକ ପ୍ରଦର୍ଶିତ କରାଯାଇଥିଲା। ଶେଷରେ ବିଜେତା ଦଳଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇ ସମ୍ମାନିତ କରାଯାଇଥିଲା। ଏଥିସହ ଜିଲ୍ଲା ବି.ଜେ.ଡି ତରଫରୁ ମଧ୍ୟ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଥିବାବେଳେ, ସହରର ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଅଛି।
