ଜାତୀୟ କନ୍ୟା ସନ୍ତାନ ସପ୍ତାହ ପଦଯାତ୍ରା ଅନୁଷ୍ଠିତ
ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ସପ୍ତାହ-୨୦୨୬ ବ୍ୟାପୀ ବିଭିନ୍ନ ସଚତାନତ କାର୍ଯ୍ୟକ୍ରମ ମଧ୍ୟରୁ ପଦଯାତ୍ରା ଏକ ଅନ୍ୟତମ ସଚେତନତା କାଯ୍ୟକ୍ରମ ଏହି ବିଶ୍ଵାଳ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ସଦଭାବନା ଗୃହ ପଯ୍ୟନ୍ତ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଳମାଧବ ଭୋଇ,(ପ୍ରୋଟକୋଲ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା (ଜେନେରାଲ), ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣୀ ତନୁପ୍ରଭା ବେଉରା, ପ୍ରୋଗ୍ରାମ ଅଫିସର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଶ୍ରୀ ମନୋଜ କୁମାର ତ୍ରିପାଠୀ, ମୂଖ୍ୟ ପରିଦର୍ଷିକା ବଲ୍ୟଵତୀ ମହାନ୍ତି HUP ର କର୍ମକର୍ତ୍ତା ଉପସ୍ଥିତ ଥିଲେ ତତ୍ ସହିତ ସମଗ୍ର ଜିଳ୍ଲାର CDPOs ସୁପରଭାଇଜର ,ଆଶା କର୍ମୀ, କିଶୋରୀ ବାଳିକା, ଅଙ୍ଗୱାଡ଼ି କର୍ମୀ ପଦଯାତ୍ରାରେ ଯୋଗଦେଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
