April 29, 2026

ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ 

IMG-20230125-WA0016
Share

ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ବୁଗୁଡା : ତା ୨୫/୦୧/୨୩ : ସ୍ଥାନୀୟ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୧୮ ତାରିଖରୁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି । କ୍ରୀଡା ଶିକ୍ଷକ ସତ୍ଯଶ୍ରୀ କୁମାର ଜେନାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଅଷ୍ଟ ଦିବସୀୟ ତାଲିମ ଶିବିର ଅବସରରେ ମାଷ୍ଟର ଟ୍ରେନର ପୂଜାରାଣୀ ପ୍ରଧାନ, ଦିବ୍ଯାନୀ ସାହୁ ଓ ରଚନା ପ୍ରଧାନ ପ୍ରମୁଖ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଆଜି କଲେଜ ଅଧ୍ୟକ୍ଷ ମନୋଜ କୁମାର ସ୍ବାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିରର ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ତହସିଲଦାର ସଂଗ୍ରାମ କେଶରୀ ଜେନା ଯୋଗ ଦେଇ ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

You may have missed