କାନପୁର ଗ୍ରାମରେ ପାକ ପଣ୍ଡାଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା
ହାଟଡିହି ତା ୨୫/୧୧(ମନମୋହନ ନାୟକ) : ହାଟଡିହି ବ୍ଲକ କାନପୁର ଗ୍ରାମର ସ୍ବର୍ଗତ ଗଙ୍ଗାଧର ପଣ୍ଡାଙ୍କ ପତ୍ନୀ ପାକ ପଣ୍ଡାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ ଅବସରରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଆଗନ୍ତୁକ ଅତିଥି ମାନେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଗୀତା ପାଠ କରାଯାଇଥିଲା। ଏଥିରେ ଅନ୍ତର୍ଯ୍ୟାମୀ ରାଉତ, ପୂର୍ବତନ ପ୍ରଶାସନିକ ଅଧିକାରୀ ନୃସିଂହ ଦେହୁରୀ, ନାରାୟଣ ଚନ୍ଦ୍ର ଲେଙ୍କା, ମୋହନ କୁମାର ମହାନ୍ତି, ଚତୁର୍ଭୁଜ ପହି, ଅଶୋକ ରାଉତ, ଶଙ୍ଖାଳି ଚରଣ ରାଉଳ, ନାରାୟଣ ବିଶ୍ୱାଳ, ଗୋପନନ୍ଧୁ ପାଣିଗ୍ରାହୀ,ପ୍ରଫୁଲ୍ଲ କୁମାର ମିଶ୍ର, କୈଳାଶ ଧଳ, ରଞ୍ଜନ ଦାସ, ସୁବୋଧ ସାହୁ, ପାଞ୍ଚନନ ପୃଷ୍ଟି, ରବୀନ୍ଦ୍ର ଜେନା, ଧନେଶ୍ୱର ଖଣ୍ଡେଇ, ହେମନ୍ତ ସିଂହ, କିଶୋର ଆଚାର୍ଯ୍ୟ, ପଞ୍ଚାନନ ପତି, ସୁରେନ୍ଦ୍ର ସା, ଅନାଦି ଚରଣ ବିନ୍ଧାଣିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ପାକ ପଣ୍ଡାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ସ୍ମୃତି ଚାରଣ କରିଥିଲେ। ହରମୋହନ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ବିଶ୍ୱଜିତ ପଣ୍ଡା, ପ୍ରସନ୍ନଜିତ ପଣ୍ଡା, ବାସନ୍ତୀ ପଣ୍ଡା, ଆରତୀ ପଣ୍ଡା, ମଧୁସ୍ମିତା ପଣ୍ଡା, ରାଜେଶ ପଣ୍ଡା, ରାକେଶ ପଣ୍ଡା, ଶୁଭସ୍ମିତା ପଣ୍ଡା, ଅରୋସ୍ମିତା ପଣ୍ଡା, ସାଇସ୍ମିତା ପଣ୍ଡା, କମଳା ପଣ୍ଡା, କାହ୍ନୁ ତ୍ରିପାଠୀ, ମୋହନ କର, ସୁବାସିନୀ ପଣ୍ଡା, ଶାନ୍ତିଲତା ପଣ୍ଡା, କୁଳପ୍ରଭା ସୁଆର, ମାନାରାଣୀ ତ୍ରୀପାଠୀ, ଶୁଭଶ୍ରୀ ଆଚାର୍ଯ୍ୟ, ପ୍ରିୟଙ୍କା ପାଣିଗ୍ରାହୀ, ଆୟୁଷ, ପିୟୁଷ, ଆରୁଷ, ରୁଦ୍ର, ୟସଙ୍କ ସମେତ ସମସ୍ତ ପରିବାର ଲୋକେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
