April 24, 2026

ବିଧାୟକଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

IMG-20251125-WA0025
Share

 

ବେଲଗୁଣ୍ଠା,୨୫/୧୧, ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରୀ)-୨୦୨୫ କାର୍ଯ୍ୟାଦେଶ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଆବଶ୍ୟକତା ଥିବା ସମସ୍ତ ହିତାଧିକାରୀଙ୍କୁ ଗୃହ ଯୋଗାଇଦେବା ପାଇଁ ଡବଲ୍ ଇଞ୍ଜିନ ସରକାର ପ୍ରତିଶୃ୍ତି ବଦ୍ଧ ଥିବା ବେଳେ ପ୍ରତ୍ୟେକ ହିତାଧିକାରୀ ମଧ୍ୟ କିସ୍ତି ଅନୁଯାୟୀ ମିଳୁଥିବା ଗୃହ ନିର୍ମାଣ ରାଶିକୁ ସଠିକ୍ ବିନିଯୋଗ କରିବା ସହିତ ନିର୍ଦ୍ଧାରିତ ସମୟରେ ଗୃହନିର୍ମାଣ କରି ପ୍ରୋତ୍ସାହନ ରାଶିର ଫାଇଦା ଉଠାଇବା ପାଇଁ ପରାମର୍ଶ ଦେଇଥିଲେ I ଅନ୍ୟତମ ଅତିଥି ଭାବେ ଯୁବ ସଂଗଠକ ଜିତେନ୍ଦ୍ର ନାୟକ ଓ ସାଂସଦ ପ୍ରତିନିଧି ନାରାୟଣ ସାହୁ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିଷୋୟୀ ୧୩୨ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ I କାର୍ଯ୍ୟ ନିର୍ବାହି ଅଧିକାରୀ ବିଭୂତି ଭୂଷଣ ବେହେରା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମାହାରରେ ସମ୍ମାନିତ ଅତିଥି ରୂପେ କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ୍, ଲିଜା ବେହେରା, ପ୍ରିୟମ୍ବଦା ସାମଲ୍, ପ୍ରଗତି ପାତ୍ର, ଦିଲ୍ଲୀପ କୁମାର ଆଚାରୀ,ସୂଜ୍ୟୋତି ସୁବୁଦ୍ଧି,ବିଶ୍ଵନାଥ ଦଳେଇ, ପ୍ରତିମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed