November 25, 2024

ମିଶନ ଶକ୍ତି ବିପିସି ଓ ବିପିଏମ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Share

 

 

କୋଲନରା – କୋଲନରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ନୂତନ କଲ୍ୟାଣ ମଣ୍ଡପ ଠାରେ ଆଜି ମିଶନ ଶକ୍ତି ବିପିସି ପ୍ରତାପ ନାୟକ ଓ ଓଡିଶା ଜୀବିକା ମିଶନ ବି ପି ଏମ ଟୁନା ଖଟେଇ ଙ୍କୁ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ସଭାରେ ବି ଏଲ ଏଫ /ଜି ପି ଏଲ ଏଫ ର ସମସ୍ତ ସଦସ୍ୟା, ପ୍ରଡ୍ୟୁସର କମ୍ପାନୀ ( ପି ସି ) ର ସମସ୍ତ ବୋର୍ଡ ମେମ୍ବର ସଦସ୍ୟା, ଏସ ଏଚ ଜି ସଦସ୍ୟା, ଓଡିଶା ଜୀବିକା ମିଶନ ବି ଏଲ ସି ବର୍ଷା ପ୍ରିୟାଦର୍ଶିନୀ ପ୍ରଧାନ, ଆକାଉଣ୍ଟାଣ୍ଟ କେ ରବି କୁମାର, ସମସ୍ତ ଏମ ବି କେ, ବ୍ୟାଙ୍କ ମିତ୍ର, ସି ଆର ପି, ପ୍ରାଣୀ ମିତ୍ର,କୃଷି ମିତ୍ର ମାନେ ଉପସ୍ଥିତ ଥିଲେ। ମିଶନ ଶକ୍ତି ବିପିସି ଶ୍ରୀ ନାୟକ ଙ୍କୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକକୁ ଓ ଓଡିଶା ଜୀବିକା ମିଶନର ବିପିଏମ ଟୁନା ଖଟେଇ ଙ୍କୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକକୁ ବଦଳୀ ହୋଇଛନ୍ତି। କୋଲନରା ବ୍ଲକରେ ବିଭିନ୍ନ ଏସ ଏଚ ଜି ଗୁଡିକ ସୁପ୍ତ ଅବସ୍ଥାରେ ରହିଥିଲା। କିଭଳି ଏସ ଏଚ ଜି ଗୁଡିକ କାମ କରିବ ଓ ଏହାକୁ ବାଟ ଦେଖାଇଥିଲା ଯେତେବେଳେ ମିଶନ ଶକ୍ତି ବିଭାଗ ଓ ଓଡିଶା ଜୀବିକା ମିଶନ ପ୍ରତି ବ୍ଲକରେ ୨୦୧୮ ରୁ କାମ ଆରମ୍ଭ କଲେ। ଏହି ଦୁଇ କର୍ମଚାରୀ ପ୍ରତ୍ୟେକ ଗାଁ ଓ କ୍ଷେତ୍ର ପରିଦର୍ଶନ,ଏସ ଏଚ ଜି ସଦସ୍ୟାଙ୍କୁ ବିଭିନ୍ନ ତାଲିମ ବ୍ୟବସ୍ଥା ଯୋଗାଇଦେବା, ଆର୍ଥିକ ସହାୟତା ଯୋଗାଇ ଦେବାରେ ଧୀରେ ଧୀରେ ଅଞ୍ଚଳରେ କୁକୁଡ଼ା ଚାଷ, ଛେଳି ଚାଷ, ମାଛ ଚାଷ, ଛତୁ ଚାଷ, ବିଭିନ୍ନ ପନି ପରିବା ଓ ଫୁଲଚାଷ କରି ବହୁ ଏସ ଏଚ ଜି ସ୍ୱାବଲମ୍ବୀ ହୋଇଥିବା ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ସରକାରଙ୍କର ବିଭିନ୍ନ ବିଭାଗ ସହିତ ଏସ ଏଚ ଜି ଗୁଡିକୁ ସାମିଲ କରିବା ସହ କାମ କରିବା ପ୍ରକ୍ରିୟା ରେ ଉଲ୍ଲେଖନୀୟ କାର୍ଯ୍ୟବି ମିଶନ ଶକ୍ତି ପକ୍ଷରୁ କରିଛନ୍ତି। ସମସ୍ତେ ଏହି ଦୁଇ କର୍ମଚାରୀଙ୍କୁ ସେମାନଙ୍କର ଉଦ୍ୟମ ଓ ସହଯୋଗ , ନିଷ୍ଠା, ତଥା କାର୍ଯ୍ୟଦକ୍ଷତା କୁ ନେଇ ଭାବ ବିହ୍ଵଳ ହୋଇ ପଡ଼ିଥିଲେ।

 

ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ