June 21, 2026

କୃଷି ବିଭାଗ ତରଫରୁ କୃଷି ଯନ୍ତ୍ରପାତି ପଦର୍ଶନି ଓ ଚାଷୀ ମେଳା ..

IMG-20241125-WA0022
Share

 

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୃଷି ବିଭାଗ ତରଫରୁ ସୋମବାର ଦିନ କୃଷିବିଭାଗ କାର୍ଯ୍ୟାଳୟ ପରିସରରେ ଦିନିକିଆ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ସହ ଚାଷୀ ମେଳା ଅନୁଷ୍ଠିତ ହୋଇ ଯାଇ ହେଅଛି । ଏହି ମେଳାକୁ ସହକାରୀ କୃଷି ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସେଠୀ ପୁରୀ ଓ ଅସ୍ତରଙ୍ଗ ବ୍ଲକ ମଣ୍ଡଳ କୃଷି ଅଧିକାରି ବି ଅର୍ପିତା, ଉଦଘାଟନ କରିଥିଲେ । ଏହି ଯନ୍ତ୍ରପାତି ମେଳାରେ,ପାୱାର ଟିଲର୍, ରାଇସ ମିଲ,ପାଣି ମଟର,ଅଟା କଳ,ତେଲ କଳ, ଡାଲ ମିଲ,ଘାଶକଟା ଯନ୍ତ୍ର,ପାୱାର ଉଇଡ୍ର ,ଆଦି ଯନ୍ତ୍ର ପାତି ସ୍ଥାନ ପାଇଥିଲା। ଏଥିରେ ସୂଚନା ଏଗ୍ରିକଲ୍ଚର,କାଞ୍ଚ ହୁଣ୍ଡା,ମହେନ୍ଦ୍ରା କମ୍ପାନୀର ଯନ୍ତ୍ରପାତି ସ୍ଥାନ ପାଇଥିବା ବେଳେ,ଏହା ସବୁ ସରକାର ଙ୍କର କୋଟା ଅନୁଯାୟୀ ସବସିଡ ରହି ଅଛି । ଏହି କାର୍ଯ୍ୟକ୍ରମ ରେ ସହକାରୀ କୃଷି ଯନ୍ତ୍ରୀ କାକଟପୁର ,ଅସ୍ତରଙ୍ଗ ର ଶ୍ରଦ୍ଧାଞ୍ଜଳି ମହାନ୍ତି ଯୋଗ ଦାନ କରି ଉପସ୍ଥିତ ଥିବା ଚାଷୀ ମେଳାରେ ଚାଷୀ ମାନଙ୍କୁ ଚାଷୀ ମେଳା ଓ କୃଷି ଯନ୍ତ୍ରପାତି ଉପରେ ସୂଚନା ପ୍ରଦାନ କରିଥିଲେ। କୃଷି ଅଧି ଦର୍ଶକ ନିବେଦିତା ପଟ୍ଟନାୟକ ଓ ଦେବବ୍ରତ ସାହୁ,ଭି ଏ ଡବ୍ଲୁ, ଅର୍ଣ୍ଣପୂର୍ଣା ସେନାପତି,ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦାନ କରି,ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତି ବିଷୟ ରେ ସୂଚନା ପ୍ରଦାନ କରିଥିଲେ । ମହିଳା ଦଳ,ହରିଜନ,ଚାଷୀ ସହ କୃଷି ସଂଗଠନ ମାନେ ଯନ୍ତ୍ରପାତି ରିହାତି ଦର୍ ରେ କିଣିଥିବା ଦେଖା ଯାଇଥିଲା ।

ଦୁଃଶାସନ ନାୟକ, ଅସ୍ତରଙ୍ଗ