March 11, 2026

ମୋହନା ବ୍ଲକ ବାଘମାରି ପଞ୍ଚାୟତରଶିକୁଳିପଦର ଗ୍ରମର ଆଦିବାସୀ ମହିଳା କାର୍ପେଟ ତିଆରି କରି ସ୍ୱାବଲମ୍ୱୀ ହେଲେ

IMG-20240925-WA0019
Share

 

ପାରଳାଖେମୁଣ୍ଡି;୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୫ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ ଅଞ୍ଚଳରେ ପାହାଡ଼ କୋରଡରେ ନିଜ ଜୀବନ କାଟନ୍ତି ଆଦିବାସୀ ମାନେ।ଆଜିବି ବହୁ ସ୍ଥାନରେ ଏହିପରି ଦେଖିବାକୁ ମିଳୁଛି।ଏଥିପାଇଁ ସେମାନଙ୍କ ମଧ୍ୟରେ ସଚେତନତାର ଅଭାବ।ଯେଉଁଥିରେ ସେମାନଙ୍କ ବାର୍ଷିକ ଖାଦ୍ୟ ସୁରକ୍ଷା ଏକ କାଠିକର ବ୍ୟାପାର।ତଥାପି ଘର ଦ୍ୱାର ଛାଡି ଏବଂ ବଗଡ କାମରୁ ନିବୃତ୍ତ ରହି ଆଜି କ୍ଷୁଦ୍ର ବ୍ୟବସାୟରେ ଆଗଭର ହେବାର ଉଦାହରଣ ସ୍ରୁଷ୍ଟି କରିପାରିଛନ୍ତି କିଛି ମହିଳା। ଏହିଭଳି ଏକ ଅର୍ଥନୈତିକ ପରିବର୍ତ୍ତନର ପ୍ରଭାବ ପଡିଛି ଏକ ପାହାଡ କୋରଡ ଗ୍ରାମରେ।ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବାଘମାରୀ ପଂଚାୟତର ଶିକୁଳିପଦର ଗ୍ରାମରେ।ସୌରା ଡେଭଲପମେଣ୍ଟ ଏଜେନ୍ସି (ଏସ୍.ଡି.ଏ.),ଚନ୍ଦ୍ରଗିରି ଓ ଅଗ୍ରଶୀ ସ୍ୱେଚ୍ଛାସେବୀ ସଂଗଠନ ଏସ୍.ଡବ୍ଲ୍ୟୁ. ଡବ୍ଲ୍ୟୁ.ଏସ୍.ର ମିଳିତ ଆନୁକୁଲ୍ୟରେ ଏହି ଗ୍ରାମରେ ଅର୍ଥନୈତିକ ପରିବର୍ତ୍ତନ ଆଣିବାପାଇଁ ସୁଯୋଗ ସ୍ରୁଷ୍ଟି କରାଗଲା।ସେମାନଙ୍କୁ କାର୍ପେଟ୍ ବୁଣା ଶିଖିବାପାଇଁ ଉସ୍ଛାହ ସ୍ରୁଷ୍ଟି କରାଗଲା।ଚନ୍ଦ୍ରଗିରିସ୍ଥିତ ତିବତିୟାନ୍ ମାନଂକ ସହଯୋଗରେ ସେମାନଙ୍କୁ ଏଦିଗରେ ତାଲିମ ଦିଆଗଲା।୧୫ ଜଣ ମହିଳା ଦୀର୍ଘ ୬ ମାସ ତାଲିମ ନେଇଥିଲେ।ଶିକୁଳିପଦର ସହ ବାଘମାରୀ ଏବଂ ନୀଳଖୁଣ୍ଟି ଗ୍ରାମର ମହିଳା ଏହି ତାଲିମ ନେଇଥିଲେ।ସେମାନେ ନିଜ ଧୈର୍ଯ୍ୟର ସହ ତାଲିମ ନେଲାପରେ ନିଜେ ବିଭିନ୍ନ କିସମର କାର୍ପେଟ୍ ତିଆରି କରିପାରିଛନ୍ତି। ବର୍ତ୍ତମାନସୁଦ୍ଧା ସେହି କାର୍ପେଟ୍ ବିକ୍ରି କରି ଟ୨୭୦୦୦ ରୋଜଗାର ସକ୍ଷମ ହୋଇପାରିଛନ୍ତି।ଗୋଟିଏ ଗୋଟିଏ କାର୍ପେଟ୍ ୩୦୦୦ରୁ ୬୦୦୦ ପର୍ଯ୍ୟନ୍ତ ବିକ୍ରୀ କରିପାରିଛନ୍ତି।ଏହାଦ୍ୱାରା ସେମାନେ ନିଜ ଭିତରେ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଛନ୍ତି।କାର୍ପେଟ୍ ତିଆରି କରିବାପାଇଁ ଉପକରଣ ତିବତୀୟାନ୍ ମଲ୍ଟିପରପସ୍ କୋପରେଟିଭ ସୋସାଇଟିରୁ ଆଣି ନିଜେ ନିଜେ ତିଆରି କରିବାକୁ ସକ୍ଷମ ହେଇପାରିଛନ୍ତି।ଏହି ଉପକରଣ ଯୋଗାଇବାରେ ଉପରୋକ୍ତ ସଂଗଠନର ପ୍ରମୁଖ ଭୂମିକା ରହିଛି।ଏହି ମହିଳା ସଂଘର ସଭ୍ୟା କେଶମଣୀ ରଇତ,ମଧୁସ୍ମିତା ଗମାଂଗ ଏବଂଏସସ୍ୱିନୀ ରଇତ କହନ୍ତି, “ଆମେ ବହୁତ କଷ୍ଟରେ ବଗଡରେ କାମ କରୁଥିଲୁ। କିନ୍ତୁ ବାର୍ଷିକ ଖାଦ୍ୟ ସୁରକ୍ଷା ପାଇପାରି ନଥିଲୁ। ଆଜି ଏସ୍. ଡବ୍ଲ୍ୟୁ.ଡବ୍ଲୁ.ଏସ୍. ସଂସ୍ଥା ଆମକୁ ନୂଆ ରାସ୍ତା ଦେଖାଇଛି।ତତ୍ ସଂଗେସଂଗେ ଏସ୍.ଡି.ଏର ସହଯୋଗ ଆମକୁ ନିଜ ଗୋଡରେ ଠିଆ ହେବାକୁ ଶକ୍ତି ଯୋଗାଇଛି। “