September 29, 2024

କୁଜଙ୍ଗ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Share

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପକ୍ଷରୁ ବନବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ କୁଜଙ୍ଗ ବିଡ଼ିଓ ଦୀପକ ପ୍ରାସାଦ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ ଘାଟନ କରିଥିବା ବେଳେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ କୁମାର ନାୟକ ଉପସ୍ଥିତ ଥିଲେ। ଶିବିରରେ ୪୩୧ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିଲେ। ସେଥିମଧ୍ୟରୁ ମସ୍ତିସ୍କ ଜନିତ ୨୧୧ ଜଣ, ଚକ୍ଷୁ ଜନିତ ୫୨ ଜଣ, ଇଏନ୍ ଟି ଜନିତ ୨୩ ଜଣ, ମାନସିକ ଜନିତ ୯୩ ଜଣ ଓ ସ୍ନାୟବିକ, ଭେଷଜ ଜନିତ ୫୨ ଜଣଙ୍କ ନାମ ପଞ୍ଜିକୃତ ହୋଇଥିଲା। ଏମାନଙ୍କ ମଧ୍ୟରୁ ୮ ଜଣ ପଞ୍ଜିକରଣ ଆଗ୍ରାହ୍ୟ ହୋଇଥିଲା। ଏହି ଶିବିରରେ କଟକ ବଡ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଓ ଅଠର ବାଙ୍କୀ ବିଜୁ ସ୍ମରକି ଡାକ୍ତରଖାନା ରୁ ୧୦ ଜଣ ଡାକ୍ତର ଉପସ୍ଥିତ ରହି ଭିନ୍ନକ୍ଷମ ଚିହ୍ନଟ କରିଥିଲେ। ତେବେ ପ୍ରତିକୂଳ ପାଗ ସତ୍ୱେ ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ଭିନ୍ନକ୍ଷମ ମାନେ ଅଂଶଗ୍ରହଣ କରିଥିଲେ।୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହୋଇଥିଲେ। ଏହି ଶିବିରରକୁ କୁଜଙ୍ଗ ବ୍ଲକ ସାମାଜିକ ସୁରକ୍ଷା ଅଧିକାରି ସଂଗ୍ରାମ କିଶୋର ମହାନ୍ତି , ଅତିରିକ୍ତ ବିଡ଼ିଓ ପ୍ରଶାନ୍ତ କୁମାର ଜେନା ଏବଂ ସମସ୍ତ ବ୍ଲକ କର୍ମଚାରୀ ସୁ ପରିଚାଳନା କରିଥିଲେ। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )