April 27, 2026

ସ୍ୱାସ୍ଥ୍ୟ ସଚେତନତାର ବାର୍ତା ଦେଇ ଥାଏ ଦ୍ୱିତୀୟା ଓଷାର ଘାଣ୍ଟ ତର କାରୀ ପାଇଁ ଆବଶ୍ୟକ ଥିବା ପନିପରିବା। 

IMG-20240925-WA0004
Share

 

 

ବୋଲଗଡ଼,(ଉପାନ୍ତ ଖବର):ଓଡ଼ିଶା ର ଏକ ନିଜସ୍ୱ ପାରମ୍ପାରିକ ପର୍ବ ହେଉଛି ଦ୍ୱିତୀୟା ଓଷା।ଦ୍ୱିତୀୟା ଓଷା କଥାପଡିଲେ ଘାଣ୍ଟ ତରକାରୀ କଥା ମନେ ପଡିଥାଏ। ଯାହାକି ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା ଓଷା ପାଳନ କରାଯାଏ। ମହିଳା ମାନେ ନିର୍ଜଳା ଉପବାସ କରି ପୁଅ ମାନଙ୍କର ମଙ୍ଗଳ କାମନା କରି ଏହି ଦ୍ୱିତୀୟା ଓଷା ପାଳନ କରିଥାନ୍ତି। ଏହି ପର୍ବ ପାଳନ କରିବା ସହିତ ପ୍ରତେକ ଓଡ଼ିଆ ଘରେ ଘାଣ୍ଟ ତରକାରୀ କରାଯାଇଥାଏ। ଯାହାକି ନିଜ ନିଜ ଇଷ୍ଟ ଦେବୀ ଙ୍କ ପାଖରେ ଅର୍ପଣ କରାଯାଏ। ସବୁ ପ୍ରକାରର ପନିପରିବା ମିଶାଇ ଘାଣ୍ଟତରକାରୀ ରାନ୍ଧିବା ପରେ ସମସ୍ତ ଏକାଠି ବସି ଖାଇବା ସହିତ ପଡିଶା ଘରଠାରୁ ବନ୍ଧୁ ବାନ୍ଧବ ପର୍ଯ୍ୟନ୍ତ ବଣ୍ଟା ଯାଇଥାଏ। ଯାହାକି ଦ୍ୱିତୀୟା ଓଷା ର ଘାଣ୍ଟ ତରକାରୀ ରୁପେ ପରିଚିତ। ଓଡ଼ିଶା ର ସଂସ୍କୃତି ଓ ପରମ୍ପରା ରେ ଏହି ଘାଣ୍ଟତରକାରୀର ସ୍ୱତନ୍ତ୍ର ମହକଥାଏ। ଏହି ଅବସରରେ ପାଖରେ ହେଉ ଅବା ଦୁରବାଟରେ ରହିଥିବା ନିଜର ବିବାହିତ ଝିଅ ଘରକୁ ପନିପରିବା ଦେବାର ପରମ୍ପରା ମଧ୍ୟ ରହିଛି। କାରଣ ଏହି ମାସଟି ବର୍ଷା ଋତୁ ହେଇଥିବାରୁ ପ୍ରତେକ ବାଡି ବଗିଚାରେ ପ୍ରଚୁର ପରିମାଣର ପନିପରିବା ଫଳିଥାଏ। ଯାହା କି ବର୍ତ୍ତମାନ ସମୟରେ ଦେଖା ଯାଉନାହିଁ। ଏହି ବର୍ଷା ଋତୁରେ ସବୁ ପ୍ରକାର ର ପନିପରିବା ମିଳୁଥିବାରୁ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ଥାଏ। ଯାହା ଫଳରେ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ରହିଥାଏ। ଏହି ଦ୍ୱିତୀୟା ଓଷା ବା ଘାଣ୍ଟ ତରକାରୀ ଦିବସଟି ଏକ ମହତ ପୂର୍ଣ ଉଦ୍ଦେଶ୍ୟ କୁ ବୁଝାଇଥାଏ।

 

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।