November 23, 2024

ଆଦିବାସୀ ନେତାଙ୍କ ଗହଣରେ ଦୁଲୁକିଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ ର ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ।

Share

ଆଦିବାସୀ ନେତାଙ୍କ ଗହଣରେ ଦୁଲୁକିଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ ର ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ।

(ନବରଙ୍ଗପୁର ଜିଲ୍ଲା ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ୩୩ ଗୋଟି ସାଂଗଠାନିକ ଜିଲ୍ଲା ରେ ଘରେଘରେ କଂଗ୍ରେସ,ଘରେଘରେ ହାତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ ରେ ଆଜିଠାରୁ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ପଞ୍ଚାୟତ ରେ ପହଞ୍ଚିବ।ଆଜି ୧୦ ଗୋଟି ବ୍ଲକ ମଧ୍ୟ ରୁ ୭ ଗୋଟି ବ୍ଲକ ର କର୍ମକର୍ତ୍ତା କେଉଁ କେଉଁ ତାରିଖ ରେ ପଦଯାତ୍ରା ହେବ ତାର ରୋଡ ମ୍ୟାପ୍ ତିଆରି କରି ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ତଥା ଆଜିର ପର୍ଯ୍ୟବେକ୍ଷକ ଶ୍ରୀ ଟୁନା ମହାପାତ୍ର ଙ୍କୁ ଜଣାଇଛନ୍ତି।ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଆଜି ୧୦ ଗୋଟି ବ୍ଲକ ଓ ୨ ଗୋଟି ସହର ର ପ୍ରାୟ ୭୦୦ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ସ୍ଥାନୀୟ ସଉରା ସାହି କଲ୍ୟାଣ ମଣ୍ଡପ ଠାରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ସଭା ଆରମ୍ଭ ରେ ବନ୍ଦେ ଉତ୍କଳ ଜନନୀ ରାଷ୍ଟ୍ରୀୟ ଗାନ କରାଯାଇଥିଲା।ପରେ ପରେ ମଞ୍ଚ ରେ ଉପସ୍ଥିତ ଅତିଥି ମାନେ ଘରେଘରେ କଂଗ୍ରେସ ଘରେ ଘରେ ହାତ ର ପ୍ରଚାର ପତ୍ର ଉଦ୍ଘାଟନ କରିଥିଲେ।ସଭା କୁ ଅଧ୍ୟକ୍ଷତା କରି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ ବିଜୁ ଜନତା ଦଳ ଶାସନ ରେ ନବରଙ୍ଗପୁର ଜିଲ୍ଲା ରେ ଜଳ ସେଚନ ଏକପ୍ରହସନ ରେ ପରିଣତ ହୋଇଛି ବୋଲି କହିଥିଲେ।କଂଗ୍ରେସ ସରକାର ଅମଳରେ ଖଡକା ଡେମ,ଫୁଲଝରି ଡେମ,କୁସୁମିଝର ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ୯ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୨୦୦ କୋଟି ଟଙ୍କା ର ଉଠା ଜଳସେଚନ ପ୍ରକଳ୍ପ ପ୍ରହସନ ରେ ପରିଣତ ହୋଇଛି ବୋଲି କହିଥିଲେ। ଟୁରୀ ଗଣ୍ଟାଟ ଜଳ ସେଚନ ପ୍ରକଳ୍ପ କଂଗ୍ରେସ ସରକାର ଅମଳରେ ଆରମ୍ଭ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କାହିଁକି ଶୁଭ ଦିଆଗଲା ନାହିଁ ବୋଲି ଜିଲ୍ଲା ସଭାପତି ଶ୍ରୀ ତ୍ରିପାଠୀ କହିବା ସହ ସ୍ଥାନୀୟ ଜିଲ୍ଲା ଭିତ୍ତିକ ନିଯୁକ୍ତି ଉପରେ ଗୁରୁତ୍ବ ଆରୋପ କରିଥିଲେ।ପର୍ଯୟବେକ୍ଷକ ଶ୍ରୀ ଟୁନା ମହାପାତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କ ଏହି କାର୍ଯ୍ୟକ୍ରମ କୁ ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ଘରେ ଘରେ ପହଞ୍ଚାଇବା ପାଇଁ ଉପସ୍ଥିତ କଂଗ୍ରେସ କର୍ମୀ ଙ୍କୁ ଅନୁରୋଧ କରିଥିଲେ।ଏମାନଙ୍କ ସହ AICC ଆଦିବାସୀ ଯୁଗ୍ମ ସଂଜୋଜିକା ତଥା ପିସିସି ସମ୍ପାଦିକା ସୁଶ୍ରୀ ହାରାବାତି ଗଣ୍ଡ, AICC ସଭ୍ୟା ତଥା ଛାତ୍ର କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ମନସା ତ୍ରିପାଠୀ,ତୁଲଶା ଭତରା,ଧନକି ଶାନ୍ତା,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଭାଗିରଥି ନାୟକ,ରାଇଘର ବ୍ଲକ କଂଗ୍ରେସ ସଭାପତି ସୁବଲନ ସାନ୍ତା,ନବରଙ୍ଗପୁର ବ୍ଲକ୍ କଂଗ୍ରେସ ସଭାପତି ଅବଦୁଲ ଫିରୋଜ,ନବରଙ୍ଗପୁର ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ,ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ପବିତ୍ର ଗରଡା,ସେବା ଦଳ ଜିଲ୍ଲା ସଭାପତି ସେଖଚାନ୍ଦ ଉସ୍ ମାନିଆ,ଦଳିତ ସେଲ ଜିଲ୍ଲା ସଭାପତି ଅର୍ଜୁନ ସମରଥ,ଆଦିବାସୀ ସେଲ ଜିଲ୍ଲା କଂଗ୍ରେସ ସଭାପତି ଦିଲ୍ଲିପ ପ୍ରଧାନି,ପଛୁଆ ବର୍ଗ ଜିଲ୍ଲା ସଭାପତି ପଦ୍ମନ୍ ବିଶୋଇ, INTUC ଜିଲ୍ଲା କଂଗ୍ରେସ ସଭାପତି ଦିବାକର ପୂଜାରୀ,ଚାଷୀ ଜିଲ୍ଲା ସେଲ ସଭାପତି ମହେଶ୍ୱର ଭତରା,ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ୍ ସଂଗଠନ ସଂଯୋଜକ ପ୍ରକାଶ ସାମନ୍ତରାୟ,ବରିଷ୍ଠ ଆଦିବାସୀ ନେତା ମଙ୍ଗଳା ମାଝୀ,କୁଶିଆଁ ମାଝୀ,ନର ଭତରା,ଖଗପତି ଭତରା,ପୂର୍ବତନ ନବରଙ୍ଗପୁର ବିଧାୟକ ସ୍ବର୍ଗତ ହବିବୁଲ୍ଲା ଖାଁଙ୍କର କନ୍ୟା ହୁଶୁନା ବାନ,ନବ ଜୀବନ ମନ୍ଦାର,ଶ୍ରୀମତୀ ବୈଦେହି ମାଝୀ,ସୁବାସ ସାଗର,ଭାସ୍କର ବିଶୋଇ,ଜିଲ୍ଲା କଂଗ୍ରେସ ମୁଖପାତ୍ର ଦେବକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।