June 13, 2026

ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

IMG-20230925-WA0033
Share

ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୨୫/୦୯/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ନିକଟସ୍ଥ କୁବେରେଶ୍ବର ମନ୍ଦିର ପରିସରରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଏବଂ ଆଇକ୍ୟୁଏସି ସଂଯୋଜକ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସ୍ବଚ୍ଛତା ରକ୍ଷା ଦିଗରେ ମାର୍ଗ ଦର୍ଶନ କରିବା ସହ ଉତ୍ସାହିତ କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀମାନେ ମନ୍ଦିର ହତା ଭିତର ଓ ବାହାର ପରିସରକୁ ସଫେଇ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ଯାପକ ବିଜେନ୍ଦ୍ର ଆଚାର୍ଯ୍ୟ , ଅଧ୍ୟାପିକା ଶୁଭସ୍ମିତା ଓ କର୍ମଚାରୀ ଅନିଲ୍ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ ।

You may have missed