November 23, 2024

ବ୍ରେନ୍ ଷ୍ଟ୍ରୋକ ଯୋଗୁଁ ଜୀବନ ଯନ୍ତ୍ରଣାରେ ଛଟପଟ କୃଷ୍ଣଚନ୍ଦ୍ର, ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀର ଆକୁଳ ନିବେଦନ

Share

ବ୍ରେନ୍ ଷ୍ଟ୍ରୋକ ଯୋଗୁଁ ଜୀବନ ଯନ୍ତ୍ରଣାରେ ଛଟପଟ କୃଷ୍ଣଚନ୍ଦ୍ର, ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀର ଆକୁଳ ନିବେଦନ
ବୁଗୁଡ଼ା : ତା ୨୫/୦୯/୨୩ : ଏପଟେ ବର୍ଷେ ହେଲା ଜୀବନ ଯନ୍ତ୍ରଣାରେ ସ୍ବାମୀ ଛଟପଟ ହେଉଥିଲା ବେଳେ ସେପଟେ ତାଙ୍କୁ ବଞ୍ଚାଇବା ପାଇଁ ଅର୍ଥ ସାଜିଛି ବାଧକ । ବ୍ରେଇନ୍ ହ୍ଯାମରେଜ୍ ଯୋଗୁଁ ଜୀଅନ୍ତା ଶବ ପାଲଟି ଯାଇଥିବା ସ୍ବାମୀଙ୍କୁ ଭଲ କରିବା ପାଇଁ ସାହାଯ୍ୟ ମାଗୁଛନ୍ତି ସ୍ତ୍ରୀ । ବିପଦ ବେଳେ ଓଡିଶାବାସୀ ସାହାଯ୍ୟ କରିବେ ବୋଲି ଆଶା ବାନ୍ଧିଛନ୍ତି କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ଭାଗ୍ଯଶ୍ରୀ । ଗଞ୍ଜାମ ଜିଲା ବୁଗୁଡ଼ା ଏନଏସି ଅରବିନ୍ଦ ନଗର ନିବାସୀ କୃଷ୍ଣଚନ୍ଦ୍ର ପାତ୍ର । ପରିବାର କହିଲେ ସ୍ତ୍ରୀ, ପୁଅଟିଏ ଓ ଝିଅଟିଏ । ବୁଗୁଡା ସହରରେ ଦୋକାନ କରି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା । ହସଖୁସିରେ ଚାଲୁଥିବା ପରିବାର ଉପରେ ପଡିଲା ଅକାଳ ଚଡକ । ଗତ ବର୍ଷ ୨୫ ସେପ୍ଟେମ୍ବରରେ କୃଷ୍ଣଚନ୍ଦ୍ର ବ୍ରେନ୍ ଷ୍ଟ୍ରୋକର ଶିକାର ହେଲେ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ । ତାଙ୍କର ଚିକିତ୍ସା ପାଇଁ ସୁନାଗହଣା ବିକ୍ରି ହୋଇଗଲା , ଘରଡିହ ବନ୍ଧା ପଡିଗଲା , ଭାଇବନ୍ଧୁ ଓ ସାଙ୍ଗସାଥି ସାହାଯ୍ୟ କରିଥିବା ଟଙ୍କା ସାଙ୍ଗକୁ ବିଜୁ ସ୍ବାସ୍ଥ୍ୟ କାର୍ଡରେ ମିଳିଥିବା ସହାୟତା ରାଶି ସରିଗଲା ପରେ ବି ଆରୋଗ୍ୟ ଲାଭ କରିପାରିଲେ ନାହିଁ କୃଷ୍ଣଚନ୍ଦ୍ର । ଅନ୍ୟପକ୍ଷରେ ଆର୍ଥିକ ଅନାଟନ ଯୋଗୁଁ ମେଧାବୀ ଝିଅ ଓ ପୁଅର ପାଠ ପଢାରେ ଡୋରି ବନ୍ଧା ହୋଇଗଲା । ଏବେ ତାଙ୍କର ଚିକିତ୍ସା ପାଇଁ ଦୈନିକ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସ୍ବାସ୍ଥ୍ୟବସ୍ଥାରେ ଟିକେ ଟିକେ ସୁଧାର ଆସୁଛି । ସ୍ବାମୀଙ୍କୁ କିଭଳି ଭଲ କରିବେ ସେନେଇ ସ୍ତ୍ରୀ ଓଡ଼ିଶାବାସୀଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ଯଦି କୌଣସି ସହୃଦୟ ବ୍ଯକ୍ତି କୃଷ୍ଣଚନ୍ଦ୍ରଙ୍କ ଜୀବନ ବଞ୍ଚାଇବାକୁ ଚାହାଁନ୍ତି ତେବେ ତାଙ୍କର ଏକ୍ସିସ୍ ବ୍ଯାଙ୍କ ଆକାଉଣ୍ଟ ନମ୍ବର – ୯୨୧୦୧୦୦୨୩୩୨୮୫୦୨, ଆଇଏଫସି କୋଡ୍ – ୟୁଟିଆଇବି ୦୦୦୩୮୯୮କିମ୍ବା ଫୋନ୍ ପେ ନମ୍ବର ୭୦୦୮୮୭୨୨୭୬ ଯୋଗେ ଆର୍ଥିକ ସାହାଯ୍ୟ କରିପାରିବେ ବୋଲି କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ଆକୁଳ ନିବେଦନ କରିଛନ୍ତି ।