April 28, 2026

ମୋରଡ଼ା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା 

IMG-20250825-WA0049
Share

 

ମୟୂରଭଞ୍ଜ (ବିଭୂତି ରାଉତ)

ମୟୂରଭଞ୍ଜ ଜିଲ୍ଲା ମୋରାଡ଼ା ବ୍ଲକ ଅନ୍ତର୍ଗତ ମୋରଡ଼ା ଗ୍ରାମ ପଞ୍ଚାୟତର ପଳାଶବଧା ଗ୍ରାମର ଶାନ୍ତିଲତା ରାଉତ ଦୀର୍ଘ ଦିନରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜିକରଣ କରିବା ସହିତ ସ୍ଥାନୀୟ ପ୍ରଶାସନକୁ ଆବାସ ନିମନ୍ତେ ଗୁହାରି ଜଣାଇବାର ସହିତ ପୂର୍ବତନ ବିଧାୟକ ଏଵଂ ପାଣ୍ଡିଆନ ମହୋଦୟଙ୍କୁ ଅନୁରୋଧ କରିଥିଲେ l କିନ୍ତୁ ପାଣ୍ଡିଆନ ସାର ସ୍ଥାନୀୟ ପ୍ରଶାସନକୁ ଆବାସ ଯୋଗାଇ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ, ପ୍ରଶାସନିକ ସ୍ତର ରେ ବିଡ଼ିଓ, ଚେୟାରମେନ, GPO,PO , ସରପଂଚ ଅନୁସନ୍ଧାନ କରି ଘର ରେପରିଂ ପାଇଁ ୩୦,୦୦୦ ଟଙ୍କା ତତ୍କାଳୀନ ନବୀନ ସରକାର ପଣ୍ଡିୟାନ ସିରଙ୍କ ନିର୍ଦ୍ଦେଶ କ୍ରମେ ଦେଇଥିଲେ। କିନ୍ତୁ ଏଯାବତ୍ ଘର କହିଲେ ସପନ ୩ ଟି ପିଲା ନେଇ ଏକାକୀ ଘର ନଥାଇ ଏକାକୀ ବଞ୍ଚିବା ଶାନ୍ତିଲତା ଙ୍କ ସପନ ପାଲଟି ଯାଇଛି। ତେଣୁ ମୁଁ ଆଉ ଥରେ ସ୍ଥାନୀୟ MLA ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ହାଥ ଯୋଡ଼ି ଆକୁଳ ନିବେଦନ କରୁଅଛି ମତେ ଖଣ୍ଡେ ଅନ୍ତର୍ଦୟ ଗୃହ ଯୋଜନା ବା ପ୍ରଧାମନ୍ତ୍ରୀ ଘର ଯୋଜନା ମିଳିଥିଲେ ମୁଁ ଚିରାପକୃତ୍ ହେଇଥାନ୍ତି। ମୋର ଘରଟି ମାଟି କାନ୍ଥ ଟାଇଲ୍ ଛପର ରେ ହୋଇଥିବାରୁ ବାର୍ଷ ଦିନେ ବହୁତ ପାଣି ସମସ୍ୟା ର ସମ୍ମୁଖୀନ ହଉଛି। ଏଣୁ ମୋତେ ଯଥା ଶୀଘ୍ର ଗୃହଟି ଯୋଗାଇ ଦେଲେ ମୁଁ ଆପଣଙ୍କ ପାଖରେ ରୁଣୀ ହେଇ ରହିବି।