April 30, 2026

ବ୍ରାହ୍ମଣ ସମାଜ,କାଶୀନଗରର ନବମ ସାଧାରଣ ବୈଠକ 

IMG-20240825-WA0028
Share

କାଶୀନଗର ଗଜପତି ପାଠାଗାର ବୈଠକ ଗୃହ ମଧ୍ୟରେ କାଶୀନଗର ବ୍ରାହ୍ମଣ ସମାଜର ନବମ ବୈଠକ ଦେବକାନ୍ତ ମିଶ୍ର ଙ୍କ ପ୍ରାରମ୍ଭିକ ଭାଷଣରେ ଆରମ୍ଭ ହୋଇଥିଲା. ବ୍ରାହ୍ମଣ ସମାଜର ସଭାପତି ରଘୁରାମ ସାହୁଙ୍କ ବୈଠକର ସଭାପତିତ୍ୱ କରିଥିବା ବେଳେ ସୀତାରାମ ଆଚାର୍ଯ୍ୟ, ପଣ୍ଡା ବାବୁ, ଆନନ୍ଦ ପାତ୍ର, ରବୀନ୍ଦ୍ର ନାୟକ ଓ ପ୍ରଶାନ୍ତ କୁମାର ମିଶ୍ର ମଂଚାସୀନ ହୋଇଥିଲେ. ସମ୍ପାଦକ ଆନନ୍ଦ ଚନ୍ଦ୍ର ପାତ୍ର ପୂର୍ବ ବିବରଣୀ ପାଠ କରିଥିଲେ. ଏହି ବୈଠକରେ ବ୍ରାହ୍ମଣ ସମାଜର ଅଗ୍ରଗତି ପାଇଁ ଆଲୋଚନାରେ ବ୍ରାହ୍ମଣ ସମାଜ ରେଜିଷ୍ଟ୍ରସନ ସାମୁହିକ ଭାବେ ସହଯୋଗ ର ଆବଶ୍ୟକତା ରହିଥିବା ଦର୍ଶାଇ ବ୍ରାହ୍ମଣ ସମାଜର ମଙ୍ଗଳିକ ଓ ଅମଙ୍ଗଳିକ କାର୍ଯ୍ୟକ୍ରମରେ ସମାଜର ସମସ୍ତ ସଦସ୍ୟ ସହଯୋଗ କରିବା ଆବଶ୍ୟକ ରହିଥିବା ଆଲୋଚନା ହୋଇଥିଲା. ବୈଠକରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର ବ୍ରାହ୍ମଣ ସମାଜର କାର୍ଯ୍ୟ ପନ୍ଥା ବିଷୟରେ ବିଷଦ ଭାବେ ବୁଝାଇ ଅମାଙ୍ଗଳିକ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ପାଣ୍ଠିର ଆବଶ୍ୟକ ରହିଥିବା କହିଥିଲେ. ବ୍ରାହ୍ମଣ ସମାଜ ର କୋଷାଧକ୍ଷ ରବୀନ୍ଦ୍ର କୁମାର ନାୟକ ଆୟ ବ୍ୟୟର ବିବରଣୀ ପାଠ କରିବା ପରେ ସଭା ସାଙ୍ଗ ହୋଇଥିଲା.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ