April 30, 2026

ଲକ୍ଷପତି ଦିଦି” କାର୍ଯ୍ୟକ୍ରମ ଦ୍ୱାରା ମହିଳା ସଶକ୍ତିକରଣ

IMG-20240825-WA0030
Share

 

 

କାଶୀନଗର

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଏକ ମହିଳା ସଶକ୍ତିକରଣ ଯୋଜନା “ଲକ୍ଷପତି ଦିଦି” କାର୍ଯ୍ୟକ୍ରମ କାଶୀନଗର ସ୍ଥିତ ବ୍ଲକ ସଭା ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦମ୍ବୁରୁ ଧର ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ସିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ, ଖାରଡ଼ା ସରପଞ୍ଚ ଅଖିଳ କୁମାର ପାତ୍ର, ସୀତାପୁର ସରପଞ୍ଚ ତେଜେଶ୍ୱର ରାଓ, ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ଼ ଓ ରବୀନ୍ଦ୍ର ମଲ୍ଲିକ ମଂଚାସୀନ ହୋଇ ମହିଳା ସାଶକ୍ତିକରଣ, ସ୍ୱାବଲମ୍ବୀ ଏବଂ ସମାଜରେ ମହିଳା ମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ. ପ୍ରଧାନ ମନ୍ତ୍ରୀ ଆଭାସୀ ମାଧ୍ୟମରେ “ଲକ୍ଷପତି ଦିଦି” କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ପରେ ଏହି କାର୍ଯ୍ୟକ୍ରମରେ ସହାୟକ ଗୋଷ୍ଠୀର ଲକ୍ଷପତି ଦିଦି ଓ କମୁନିଟୀ ସପୋର୍ଟ ଷ୍ଟାଫ ମାନଙ୍କୁ ଲକ୍ଷ ପତି ଦିଦି ମନକୁ ମଂଚାସୀନ ହୋଇଥିବା ଅତିଥି ମାନଙ୍କ ଦ୍ୱାରା ସମ୍ମାନ ପତ୍ର ପ୍ରଦାନ କରାଯାଇ ଥିଲା. ସେହିପରି

ସ୍ଵୟଂ ସହାୟକ ଗୋଷ୍ଠୀର 346 ମହିଳାଙ୍କୁ ବ୍ୟକ୍ତିଗତ ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ ୭୫ ଜଣକୁ ଏହି ପରି ସର୍ବମୋଟ ୪୨୧ ଙ୍କୁ ସମ୍ମାନିତ ପତ୍ର ପ୍ରଦାନ କରା ଯାଇଥିଲା ଆଗାମୀ ପର୍ଯ୍ୟାୟରେ ୭୨୦ ମା ମାନଙ୍କୁ ଏହି ଲକ୍ଷପତି ଦିଦି ସମ୍ମାନିତ ପତ୍ର ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି. ଏହି କାର୍ଯ୍ୟକ୍ରମ ବି ପି ଏମ , I/C ଶ୍ରୀ ଜଗନ କୁମାର ବାରିକଙ୍କ ପ୍ରତ୍ୟକ୍ଷ

ତତ୍ୱାବଧାନ ହୋଇଥିବା ବେଳେ ଖଗେଶ୍ବର ମେହେର ସହଯୋଗ କରିଥିଲେ. କାର୍ଯ୍ୟକ୍ରମ ସମସ୍ତ ଏମ୍ ବି କେ ,ବ୍ୟାଙ୍କ୍ ମିତ୍ର ଓ ଏନ.ଆର.ଏଲ.ଏମ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ