May 15, 2026

ଉମରକୋଟ କୁ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ରାଜସ୍ବ ମନ୍ତ୍ରୀ ଙ୍କୁ ଅନୁରୋଧ ପତ୍ର ପ୍ରଦାନ…..

IMG-20240725-WA0013
Share

 

 

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ଏକ ପ୍ରମୁଖ ସହର ହୋଇଥିବା ବେଳେ ଜିଲା ଗଠନର ଦୀର୍ଘ ୩୨ ବର୍ଷ ପରେ ମଧ୍ୟ ଵିଧିବଧ ଭାବେ ଉମରକୋଟ କୁ ଉପଖଣ୍ଡ ଘୋଷଣା କରାଯାଇ ପ।ରିନାହିଁ। ଏହାକୁ ଦୃଷ୍ଟିରେ ରଖି ତଥା ଲୋକଙ୍କ ସମସ୍ୟା କୁ ଶୀଘ୍ର ସମାଧାନ କରିବା ପାଇଁ ଉମରକୋଟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଭୁବନେଶ୍ୱର ଠାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ସାକ୍ଷାତ କରି ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ଏହି ସମୟ ରେ ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ପତ୍ର ରେ ରାଇଘର, ଚନ୍ଦାହାଣ୍ଡି, ଝରୀଗାଁ, ଉମରକୋଟ ଡାବୁଗାଁ ଲୋକ ମାନେ କୌଣସି ପ୍ରଶାସନିକ କାର୍ଯ୍ୟ ପାଇଁ ୧୨୦ କିଲୋମିଟର ଦୂର ନବରଙ୍ଗପୁର କୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରି ନିତ୍ୟାନନ୍ଦ ଗଣ୍ଡ ରାଜସ୍ମ ମନ୍ତ୍ରୀ ଙ୍କୁ ପତ୍ର ମାଧ୍ୟମ ରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପଟେ ଉମରକୋଟ ଠାରେ ଭୁ ବନ୍ଦୋବସ୍ତ ବ୍ୟବସ୍ଥା ଆଜି ଯାଏଁ ହୋଇପାରି ନାହିଁ । ଶେଷ ଥର ପାଇଁ ୧୯୫୬ ମସିହାରେ ଭୁ ବନ୍ଦୋବସ୍ତ ହୋଇଥିଲା ତେଣୁ ଏହି କାର୍ଯ୍ୟକୁ ଖୁବ ଶୀଘ୍ର କରିବାକୁ ଗଣଶିକ୍ଷା ମନ୍ତ୍ରୀ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ଙ୍କୁ ପ୍ରଦାନ କରି ଥିବା ଅନୁରୋଧ ପତ୍ର ରେ ଉଲ୍ଲେଖ କରିଛନ୍ତି।