May 15, 2026

ପ୍ରଥମ ଥର ଅନୁଷ୍ଠିତ ହେବ ରାୟଗଡା ଟେଲେଣ୍ଟ ଆୱାର୍ଡ 2024 ପାଇଁ ସାମ୍ବାଦିକ ସମ୍ମିଳନୀ ..

IMG-20240725-WA0003
Share

 

 

ରାୟଗଡା :-ରାୟଗଡା ସହରର ସାଇପ୍ରିୟା ନଗର ସ୍ଥିତ ଦ୍ୱିତୀୟ ଗଳିରେ ଥିବା ମିନି ପାର୍କ ପରିସରରେ ରାୟଗଡା ଟେଲେଣ୍ଟ ଆୱାର୍ଡ 2024 ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ଜିଲ୍ଲାର ଲୁକାୟତ ପ୍ରତିଭାଙ୍କୁ ଲୋକଲୋଚନ କରିବା ସହ ଦୀର୍ଘ ଦିନ ଧରି କଳା କ୍ଷେତ୍ରରେ କାର୍ଯ୍ୟରତ କଳାକାରଙ୍କୁ ଉଚ୍ସାହିତ କରିବା ଏବଂ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଥର ଆସନ୍ତା ଅଗଷ୍ଟ ମାସ ଚାରି ତାରିଖରେ ରାୟଗଡା ସ୍ଥିତ ବିଜୁ ପଟନାୟକ ଅଡିଟୋରିଅମ ଠାରେ ସନ୍ଧ୍ୟା ୫ଟା ସମୟରେ ପ୍ରଥମ ଥର ରାୟଗଡା ଟେଲେଣ୍ଟ ଆୱାର୍ଡ 2024 ଅନୁଷ୍ଠିତ ହେବାକୁ ଯାଉଅଛି ଯେଉଁଥିରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମେତ ବରିଷ୍ଠ ବର୍ଷିଆନ କଳାକାରଙ୍କୁ ସମର୍ଦ୍ଧନା କରାଯିବ ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସିନେମା, ଟେଲିଭିଜନ, ଆଲବମ ଗୀତ, ଆଞ୍ଚଳିକ ଭାଷା କଳା ସଂସ୍କୃତି କ୍ଷେତ୍ରରେ ସର୍ବୋତମ ନାୟକ , ନାୟିକା, ଖଳନାୟକ, ହାସ୍ୟ ଅଭିନେତା, ଗୀତିକାର, ସଙ୍ଗୀତ ନିର୍ଦ୍ଧେଶକ, ଲୋକକଳା କଳାକାର, କ୍ୟାମେରାମେନ, ସମ୍ପାଦକ ଭଳି ବିଭିନ୍ନ କ୍ଷେତ୍ରରେ ବିଜେତା କଳାକାରଙ୍କୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯିବ। ଏଥିପାଇଁ ଇଛୁକ କଳାକାର ମାନେ ଟ୍ରଷ୍ଟ ପକ୍ଷରୁ ଜାରି ହୋଇଥିବା ୱେବସାଇଟ କିମ୍ବା ଅନଲାଇନ ମାଧ୍ୟମରେ ନାମାଙ୍କନ କରିପାରିବେ ବୋଲି ଆୟୋଜକଙ୍କ ଠାରୁ ସୂଚନା ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ଫାଉଣ୍ଡର ତଥା ମେନେଜିଙ୍ଗ ଟ୍ରଷ୍ଟି ସନ୍ତୋଷ କୁମାର ବଛା ସଦସ୍ୟ ପ୍ରିୟଦର୍ଶିନୀ ହୁଇକା, ପ୍ରିନ୍ସ ଗୁପ୍ତେ, ଇନ୍ଦୁ ପ୍ରିୟଦର୍ଶିନୀ ହୁଇକା, ସିଦ୍ଧାର୍ଥ ମଲ୍ଲିକ, ଗଣେଶ ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ