September 15, 2026
IMG-20230725-WA0043
Share

ସମସ୍ୟର ସମାଧାନ କେବେ ହେବ
====================

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ସ୍ଥିତ 4ନମ୍ବର ୱାର୍ଡ ରଘୁନାଥ ସାହି ରହିଛି ବିଦ୍ୟା ପବ୍ଲିକ ବିଦ୍ୟାଳୟ l କୁନି କୁନି ଛାତ୍ର ଛାତ୍ରୀ ମାନେ ଅଧୟନ କରୁଛନ୍ତି l କିନ୍ତୁ କିଛି ଦିନ ହେଲା ମୁଖ୍ୟ ନାଳର ଏକପାଖ ବାଜୁ ଭୁଷୁଡ଼ି ଯାଇଥିବାରୁ ବିଦ୍ୟାଳୟ କୁ ଯିବା ଆସିବା ରେ ନାହିଁନଥିବା ଅସୁବିଧା ସମୁଖୀନ ହଉଥିବା ଛାତ୍ର ଛାତ୍ରୀ, ଓ ଅଭିଭାବକ ଙ୍କୁ ଦେଖିବାକୁ ମିଳିଛି l ମୁଖ୍ୟ ନାଳ ସହର ମଧ୍ୟ ଦେଇ ବଙ୍ଗୋପସାଗର ରେ ମିସିଛି ବର୍ଷା ଦିନରେ ଗଞ୍ଜାମ ସହରର ସମସ୍ତ ପାଣି ଏହି ମୁଖ୍ୟ ନାଳଦେଇ ପ୍ରଭାହିତ ହେଇଥାଏ l ଭାଙ୍ଗିବା ପରେ ଏହିରାସ୍ତା ଦେଇ ଛାତ୍ର ଛାତ୍ରୀ ଜିବା ଆସିବା କରିବା ବେଳେ କୌଣସି ଅପ୍ରତିକାର ପରିସ୍ଥିତି ସୁଷ୍ଟି ହେବ ପୂର୍ବରୁ ଏଥି ପ୍ରତି ଦୃଷ୍ଟିଦେବାପାଇଁ ଏନ. ଏ. ସି. କର୍ତ୍ତୃପକ୍ଷ୍ୟ ଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷପ ନିଆଯାଇନଥିବୁ ବୁଦ୍ଧିଜିବି ମହାଲରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l