April 30, 2026

ଅମିୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଆରମ୍ଭ

IMG-20230725-WA0005
Share

ଅମିୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଆରମ୍ଭ

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବାଇଗଣବାଡି ଗ୍ରାମର ଥିବା ମିନି ଷ୍ଟାଡିୟମ ଠାରେ
ସୋମବାର ପୂର୍ବାହ୍ନରେ ୧୧ଟା ସମୟରେ ବିସିସି ବିଅର କପ୍ କ୍ରିକେଟ କ୍ଳବ ତରଫରୁ ଅମିୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ କୁକୁଡ଼ାଖଣ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଯୁବ ସମାଜସେବୀ ଏ.ସନ୍ତୋଷ ପାତ୍ର , ମୁଖ୍ୟବକ୍ତା ଭାବେ ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଶିବାନୀ ସେଠୀ, ସମିତି ସଭ୍ୟା ପ୍ରତିମା ମଲିକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।ଖେଳାଳି ମାନଙ୍କ ନିଜ ନିଜ ଭିତରେ ଭାଇଚାରା ସୃଷ୍ଟି କରି ଶାନ୍ତିପୂର୍ଣ୍ଣ ଭାବରେ ଖେଳିବା ପାଇଁ ଅତିଥି ମାନ ପରାମର୍ଶ ଦେଇଥିଲେ। କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିମ ମଧ୍ୟରେ ଖେଳିବେ ଏହି ମ୍ୟାଚରେ ମଧ୍ୟରେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ସୂଚନା ମିଳିଛି । ଏଥିରେ ବହୁ ଯୁବକ ମାନେ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed