ପରୋପକାରୀ ନିତ୍ୟାନନ୍ଦ ମୁଦୁଲି ଙ୍କ ପରଲୋକ
ତିର୍ତ୍ତୋଲ ତା 25/6/2026 ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତ ଅନ୍ତର୍ଗତ ବରୁଣପଡା ଗ୍ରାମର, ଧର୍ମପ୍ରାଣ, ଆଧ୍ୟାତ୍ମିକବାଦୀ ଓ ପରୋପକାରୀ ଦରଦୀବନ୍ଧୁ ନିତ୍ୟାନନ୍ଦ ମୁଦୁଲି ଙ୍କର ଛଅସ୍ତରୀ ବର୍ଷ ବୟସ ରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି l ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ଓ ପୁତ୍ର ସୁଧାଂଶୁ, ହିମାଂଶୁ ଓ ଉପସ୍ଥିତ ଥିଲେ l ଏହି ଦୁଖଦଃ ଖବର ପ୍ରଚାରିତ ହେବାପରେ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ମୃଣ୍ମୟ ସ୍ୱାଇଁ, ବିଜୟ ମହାନ୍ତି, ସଅଁରା ସରପଞ୍ଚ ବିକ୍ରମକେଶରୀ ସ୍ୱାଇଁ, ଯୁବସମାଜସେବୀ ନିହାର ରଞ୍ଜନ ମହାନ୍ତି, ଦିଲ୍ଲୀର ପ୍ରାକ୍ତନ ଇନକମଟ୍ୟାକ୍ସ କମିଶନର ରବୀନ୍ଦ୍ରନାଥ ଦାଶ, ଆମ ଗାଁ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଅଲେଖ ଚରଣ ବେହେରା, ପ୍ରାକ୍ତନ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ, କାଳୀକା ପ୍ରାସାଦ ଦାଶ ଓ କୃଷ୍ଣଚନ୍ଦ୍ର ଦାଶ ପ୍ରମ୍ମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି l ଗତ ବୁଧବାରଦିନ ଗ୍ରାମ୍ୟଶ୍ମାଶନ ଅଭିମୁଖେ ଶୋଭାଯାତ୍ରା ରେ ନାମସଂକୀର୍ତ୍ତନ କରାଯାଇଥିଲା ବେଳେ ବଡପୁଅ ମୁଖାଗ୍ନି ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
