ପୃଥକ ପୃଥକ ସଡ଼କ ଦୁର୍ଘଟଣା ବାଇକ ଦୁର୍ଘଟଣା ରେ ମହିଳା ଏବଂ ଛୋଟ ଛୁଆ ଗୁରୁତର : ଡ୍ରେନକୁ ପଶିଗଲା ୧୨ ଚକିଆ ଟ୍ରକ

କେନ୍ଦୁଝର : (ରତି ରଞ୍ଜନ ମହାନ୍ତ ) ପାଟଣା – କେନ୍ଦେଇପଶି ରାସ୍ତାର ପୁଟୁଳିଆ ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ମହିଳା ଏବଂ ଜଣେ ଛୋଟ ଛୁଆ ଗୁରୁତର ହୋଇଥିବା ସୂଚନା ମିଳିଛି l ସନ୍ଦ୍ୟା ସମୟରେ ମା ଏବଂ ଝିଅ ଚାଲି ଚାଲି ଘରକୁ ଯାଉଥିବା ବେଳେ ଏକ ଅଜଣା ବାଇକ ସହିତ ଧକ୍କା ହେବା ଫଳରେ ଗୁରୁତର ହୋଇ ପଡ଼ିଥିଲେ l ଉଭୟ ମା ଝିଅ ଙ୍କୁ ଦୁର୍ଘଟଣା ସ୍ଥାନରୁ ପଥଚାରି ମାନେ ଉଦ୍ଧାର କରି ରୋଗୀ ଯାନରେ ପାଟଣା ମେଡିକାଲ ରେ ଭର୍ତି କରା ଯାଇଛି, ମେଡିକାଲ ରେ ସୁସ୍ଥ ଥିବା ସୂଚନା ମିଳିଛି l ମା ଏବଂ ଝିଅ ସେହି ଗ୍ରାମ ର ବୋଲି ସୂଚନା ମିଳିଥିବା ବେଳେ ବାଇକ ଆରୋହୀ ଦୁର୍ଘଟଣା ସ୍ଥଳରୁ ଚମ୍ପଟ ମାରିଛି, ଖବର ପାଇ ପାଟଣା ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ନିକଟସ୍ଥ କଟରାବେଡା – ଚିକିଣିଆ ମଧ୍ୟରେ ଏକ ୧୨ ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି ଡ୍ରେନକୁ ପଶିଯିବାରୁ ଏହାର ଆଗ ଚକ ଗାଡ଼ିରୁ ଅଲଗା ହୋଇଯାଇଛି। ତେବେ ଚାଳକ ସୁରକ୍ଷିତ ଥୂବା ଜଣାପଡିଛି। ଢେଙ୍କିକୋଟ ଫାଣ୍ଡି ପୁଲିସ ଦୁର୍ଘଟଣାର ତଦନ୍ତ କରିଛି ।