କଳାବଜାରୀ ରୋକିବାକୁ କଂଗ୍ରେସର ଦାବି
୧୩/୦୩/୨୦୨୬ (ଗୁପ୍ତେଶ୍ୱର ରଥ)କୋରାପୁଟ ଜିଲ୍ଲାରେ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଅଚଳା ଅବସ୍ଥାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକଙ୍କ ପରିଚାଳନାରେ ନେତା ଓ କର୍ମୀ ମାନେ ରାଲି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଖାଉଟି ମାନେ ଲମ୍ବା ଲାଇନରେ ଗ୍ୟାସ ଏବଂ ଡିଜେଲ ଓ ପେଟ୍ରୋଲ କ୍ରୟ କରିବାକୁ ପଡୁଥିବା ବେଳେ ହୋଟେଲ ମାନଙ୍କରେ ଗ୍ୟାସ ଅଭାବ ଯୋଗୁଁ ବନ୍ଦ ହୋଇ ଯାଉଥିବା ସଭାପତି ଶ୍ରୀ ତୁରୁକ୍ ଅଭିଯୋଗ କରିଛନ୍ତି। ଜିଲ୍ଲାରେ କଳାବଜାରୀ ରୋକିବାକୁ କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି।ମହିଳା କଂଗ୍ରେସ ନେତ୍ରୀ ଖାଲି ଗ୍ୟାସ ସିଲିଣ୍ଡର ଧରି ରାଲିରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା।ଏଥି ପୂର୍ବରୁ କଂଗ୍ରେସ ନେତା ଓ କର୍ମୀ ମାନେ ଏକ ପ୍ରତିବାଦ ସଭାରେ ଯୋଗଦେଇଥିଲେ।ଏଥିରେ ପୂର୍ବତନ ବିଧାୟକ ନିମାଇଁ ସରକାର,ବିଧାୟକ ପ୍ରାର୍ଥୀ ଅନାମ ଦିଆନ ଏବଂ କୃଷ୍ଣ କୁଲଦୀପ,ଭଗବାନ ବାହିନୀପତି, କାଉନସିଲର ଚନ୍ଦ୍ରପ୍ରଭା ହିଆଲ,ସନ୍ଧ୍ୟା ରାଣୀ ଜେନା, ଜୟପୁର କାଉନସିଲର ପ୍ରଣବ କିଶୋର ନାୟକ, କୋରାପୁଟ ବ୍ଳକ ଅଧ୍ୟକ୍ଷା ନମିତା ମାଝୀ, ଟାଉନ ସଭାପତି ଜୟନ୍ତ କଚିମ,ରାମ ପାଙ୍ଗି ଯୁବ କଂଗ୍ରେସ ସଭାପତି ଇସୁ ଖିଲ, ରମେଶ ଖରା ପ୍ରମୁଖ ଉପସ୍ଥିତ ଥିଲେ।
