April 28, 2026

ପଞ୍ଚାୟତ ସମିତି, ରାୟଗଡ଼ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ – ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାୟଗଡ଼

IMG-20260313-WA0067
Share

ଆଜି ତା- ୧୩.୦୩.୨୦୨୬ ରିଖରେ ଜିଲ୍ଲାପାଳ ରାୟଗଡ଼ଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ରାୟଗଡ଼ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ରାୟଗଡ଼ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଅଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ଼, ଶ୍ରୀ ସୁଜିତ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଉପାଧ୍ୟକ୍ଷ ଶ୍ରୀ. ହରପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସନ୍ଧ୍ୟା ପୁଲାକା, ଶ୍ରୀମତୀ ସ୍ମୃତିରେଖା ନାୟକ, ଜି.ପି.ଡି.ଓ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ବୃନ୍ଦ ତଥା ସମସ୍ତ କର୍ମଚାରୀ ବୃନ୍ଦ ଓ ରାୟଗଡ଼ ଭିନ୍ନକ୍ଷମ ମହାସଂଘ ଓ ଓଡିଶା ବିକଳାଙ୍ଗ ମଞ୍ଚର କର୍ମକର୍ତ୍ତା ବୃନ୍ଦ, ଶ୍ରୀ ଶିଶିର ରାଉଳ, ଶ୍ରୀ ଅମରେନ୍ଦ୍ର ନାଥ, ଶ୍ରୀ ରାକେଶ ଚନ୍ଦ୍ର ହିମିରିକା, ଶ୍ରୀ ସନ୍ତୋଷ ମହାପାତ୍ର, ଶ୍ରୀ ଜଳେନ୍ଦ୍ର ବାଚେଲୀ, , ଶିବିରରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୪୩ ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୧ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଆଶା ବାଡି, ୧ ଜଣଙ୍କୁ ଚକ ଲଗା ଚୌକି, ୧୦ ଜଣଙ୍କୁ ବସ ପାସ ପ୍ରଦାନ କରାଗଲା। ଏତଦବ୍ୟତୀତ, ୭ ଜଣଙ୍କ ଡ଼ି.ଆର.ଆଇ. ଋଣ ଫର୍ମ, ୯ ଜଣଙ୍କ ଭତ୍ତା ଫର୍ମ ଓ ୪ ଜଣଙ୍କ ବସ ପାସ ଫର୍ମ ସଂଗ୍ରହ କରାଯାଇଅଛି, ଯାହା ଆଗାମୀ ଦିନରେ ଅନୁମୋଦନ କରାଯାଇ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ । ଉକ୍ତ ଶିବିରରେ ୭୪ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ, ନାସା କର୍ଣ୍ଣ ଗଳା ବିଶେଷଜ୍ଞ, ବରିଷ୍ଠ ଫାର୍ମାସିଷ୍ଟ ଦ୍ଵାରା ପରୀକ୍ଷା କରାଯାଇ ଆଗାମୀ ଦିନରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସମୀର ପଦକା, ପି ଏ ଶ୍ରୀକାନ୍ତ ପେଦିନା ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ବ୍ଲକ, ଗ୍ରାମ ପଞ୍ଚାୟତ ଓ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ।

ରିପୋର୍ଟ ରବି ରାଜ ବୈଦ୍ୟ